www.samajalive.in
Sunday, December 7, 2025
14.1 C
Bhubaneswar

ନିଜ ଦେଶ ନାଗରିକଙ୍କ ହାତରେ ପାକିସ୍ତାନୀ ଏଫ-୧୬ ପାଇଲଟଙ୍କ ଜୀବନ ଗଲା

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନଙ୍କୁ ପାକିସ୍ତାନ ଭାରତ ଚାପରେ ଫେରାଇଦେଲା। କିନ୍ତୁ ଜଣେ ପାକିସ୍ତାନୀ ପାଇଲଟ ନିଜ ଦେଶର ନାଗରିକଙ୍କଠାରୁ ଜୀବନ ବଞ୍ଚାଇ ପାରିଲେନି। ସ୍ଥାନୀୟ ଲୋକେ ତାଙ୍କୁ ଭାରତୀୟ ଭାବି ପିଟି ପିଟି ମାରିଦେଇଛନ୍ତି। ଏହି ଘଟଣା ସେହିଦିନ ଘଟିଥିଲା, ଯେଉଁଦିନ ଅଭିନନ୍ଦନ ପାରାସ୍ୟୁଟ୍‌ ସହ ପିଓକେରେ ଖସିପଡ଼ିଥିଲେ। ଅଭିନନ୍ଦନ ନିଜ ବୀରତ୍ଵର ପରିଚୟ ଦେଇ ନିଜ ଜୀବନ ରକ୍ଷା କରିଥିବାବେଳେ ପାକିସ୍ତାନୀ ପାଇଲଟ ଜଣକ କିନ୍ତୁ ବର୍ତ୍ତିପାରି ନ ଥିଲେ।

ଅଭିନନ୍ଦନ ଯେପରି ଭାରତୀୟ ବାୟୁସେନାରେ ଯୋଗଦେଇ ଦେଶସେବା କରୁଛନ୍ତି ସେହିଭଳି ଶାହଜୁଦ୍ଦିନ ପାକ୍‌ ବାୟୁସେନାରେ ନିଜ ଦେଶ ପାଇଁ ସେବା କରୁଥିଲେ। ତାଙ୍କ ବାପା ମଧ୍ୟ ପାକ୍‌ ବାୟୁସେନାରେ ଏୟାର ମାର୍ଶଲ ଅଛନ୍ତି।

- Advertisement -

ଅମର ଉଜାଲା ସୂତ୍ରରୁ ଜଣାପଡ଼ିଛି ଯେ, ଫେବୃୟାରୀ ୨୭ରେ ଭାରତରେ ଆକ୍ରମଣ କରିବାକୁ ପାକ୍‌ ବାୟୁସେନା ପକ୍ଷରୁ ଉଦ୍ୟମ ହୋଇଥିଲା। ଆକାଶ ମାର୍ଗରେ ପାକ୍‌ ବାୟୁସେନାର ଯୁଦ୍ଧ ବିମାନ ଉଡୁଥିବା ଦେଖି ଭାରତୀୟ ବାୟୁସେନା ପକ୍ଷରୁ କଡ଼ା ଜବାବ ଦିଆଯାଇଥିଲା। ଭାରତ ପାକିସ୍ତାନର ଲଢୁଆ ଯୁଦ୍ଧ ବିମାନ ଏଫ-୧୬କୁ ଖସାଇ ଦେଇଥିଲା। ସେହି ଏଫ-୧୬ରେ ଥିବା ପାଇଲଟ ଶାହଜୁଦ୍ଦିନ ସଫଳତାର ସହ ପାରାସ୍ୟୁଟ୍‌ ଜରିଆରେ ବାହାରି ଆସି ପିଓକେରେ ଓହ୍ଲାଇଥିଲେ। କିନ୍ତୁ ସ୍ଥାନୀୟ ଲୋକମାନେ ତାଙ୍କୁ ଭାରତୀୟ ବାୟୁସେନାର ପାଇଲଟ ଭାବି ନିସ୍ତୁକ ମାଡ଼ ମାରିଥିଲେ। ଶାହଜୁଦ୍ଦିନ ନିଜ ପରିଚୟ ଦେଇଥିଲେ ମଧ୍ୟ ଲୋକେ ଶୁଣି ନ ଥିଲେ। ପରେ ତାଙ୍କୁ ଏକ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଶାହଜୁଦ୍ଦିନଙ୍କ ମୃତ୍ୟୁ ଘଟିଥିଲା।

Hot this week

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

Related Articles

Popular Categories