www.samajalive.in
Wednesday, December 10, 2025
17.1 C
Bhubaneswar

ପାକିସ୍ତାନରେ ଦୁଇଜଣ ନବାଳିକା ହିନ୍ଦୁ ଝିଅଙ୍କୁ ଜବରଦସ୍ତ ଧର୍ମ ପରିବର୍ତ୍ତନ କରାଇ ବିବାହ କରାଇଥିବା ବ୍ୟକ୍ତି ଗିରଫ

ଇସଲାମାବାଦ ..- ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମରାନ୍‌ ଖାନ୍‌  ଭାରତର ସଂଖ୍ୟାଲଘୁଙ୍କ ବିଷୟରେ ବିବାଦୀୟ ବୟାନ ଦେଇ ଚର୍ଚ୍ଚାକୁ ଆସନ୍ତି । ଏବେ ପାକିସ୍ତାନରେ ୨ ଜଣ  ହିନ୍ଦୁ ଧର୍ମର ନାବାଳିକାଙ୍କୁ ଅପହରଣ କରାଯିବା ସହ ତାଙ୍କୁ ଜବରଦସ୍ତ ଧର୍ମ ପରିବର୍ତ୍ତନ କରାଯିବା ସହ  ଜବରଦସ୍ତ ବିବାହ କରାଯାଇଥିବା ଅଭିଯୋଗ ହୋଇଛି। ଏକ ଭିଡିଓରେ ଏହି ଦୁଇଜଣ ନାବାଳିକା ନିଜ ଜୀବନ ପ୍ରତି ବିପଦ ଥିବା କଥା କହିଛନ୍ତି। ଏହି ଘଟଣା ବିଭିନ୍ନ ସାମିଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ  ପାକିସ୍ତାନାରେ ଘଟଣା ପାଇଁ ଦାୟୀ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି ।

ସିନ୍ଧ ପ୍ରାନ୍ତରୁ ଏହି ଘଟଣାପାଇଁ ଦାୟୀ ରହିମ ୟାର ଖାନ୍‌କୁ  ଗିରଫ କରାଯାଇଛି । ରହିମା ଖାନ୍‌ ଏହି ନାବାଳିକାମାନଙ୍କୁ  ଜବରଦସ୍ତ ଅପରହରଣ କରିବା ପରେ ସେମାନଙ୍କୁ ବିବାହ ଅନ୍ୟ ସମ୍ପ୍ରଦାୟରେ କରାଇଥିଲେ । ଏହା ସହ ସେମାନଙ୍କର ଧର୍ମକୁ ମଧ୍ୟ ଜବରଦସ୍ତ ପରିବର୍ତ୍ତନ କରାଯାଇଥିଲା । ଏବେ ଏହି ଦୁଇଜଣ ନାବାଳିକା ଅଦାଲତର ଦ୍ୱାରସ୍ଥ ହେବା ସହ ସେମାନଙ୍କର ସୁରକ୍ଷା ପାଇଁ ଦାବି କରିଛନ୍ତି ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories