www.samajalive.in
Tuesday, December 9, 2025
15.1 C
Bhubaneswar

ପୂର୍ବତନ ଲ୍ୟୁଟ୍‌ନାଣ୍ଟ ଜେନେରାଲଙ୍କୁ ଆଜୀବନ, ବ୍ରିଗେଡିୟରଙ୍କୁ ଫାଶୀ ଦଣ୍ଡ

ଇସଲାମାବାଦ: ଗୁପ୍ତଚର କାର୍ଯ୍ୟରେ ଲିପ୍ତ ଥିବା ଅଭିଯୋଗରେ ଜଣେ ପୂର୍ବତନ ଲ୍ୟୁଟ୍‌ନାଣ୍ଟ ଜେନେରାଲ ଏବଂ ବ୍ରିଗେଡିୟରଙ୍କୁ ପାକିସ୍ତାନ ସେନା ଦୋଷୀ ସାବ୍ୟସ୍ତ କରିଛି। ପୂର୍ବତନ ଲ୍ୟୁଟନାଣ୍ଟ ଜେନେରାଲଙ୍କୁ ଆଜୀବନ ଏବଂ ବ୍ରିଗେଡିୟର ଓ ଜଣେ ସରକାରୀ ଅଧିକାରୀଙ୍କୁ ଫାଶୀ ଦଣ୍ଡାଦେଶ ଦିଆଯାଇଛି। ଅଭିଯୁକ୍ତମାନେ ଜାତୀୟ ନିରାପତ୍ତାକୁ କ୍ଷତି ପହଞ୍ଚାଇ ଗୁପ୍ତଚରଗିରି ଏବଂ ସେନାର ସମ୍ବେଦନଶୀଳ ତଥ୍ୟ ଚୋରି କରି ବିଦେଶୀ ସଂସ୍ଥାକୁ ପଠାଇବା ଅଭିଯୋଗରେ ସେମାନଙ୍କ ବିରୋଧରେ ସାମରିକ ବିଚାର ପ୍ରକ୍ରିୟା ଚାଲିଥିଲା। ପାକ୍‌ ସେନା ମୁଖ୍ୟ ଜେନେରାଲ କମାର ଜାଭେଦ ବାଜୱା ମାମଲାର ଶୁଣାଣି କରି ଉପରୋକ୍ତ ନିର୍ଦେଶ ଦେଇଛନ୍ତି।

ଆଜୀବନ ଦଣ୍ଡାଦେଶ ପାଇଥିବା ପୂର୍ବତନ ଲ୍ୟୁଟନାଣ୍ଟ ଜେନେରାଲ ଜାଭେଦ ଇକ୍‌ବାଲ ୧୪ ବର୍ଷ ଜେଲ ଦଣ୍ଡ ଭୋଗିବେ। ସେହିପରି ପୂର୍ବତନ ବ୍ରିଗେଡିୟର ରାଜା ରିଜୱାନ ଏବଂ ଜଣେ ଡାକ୍ତରଙ୍କୁ ଫାଶୀ ଦଣ୍ଡ ଦିଆଯିବ। ତେବେ ଅଭିଯୁକ୍ତମାନେ କେଉଁ ତଥ୍ୟ ଚୋରି କରିଥିଲେ ଏବଂ କାହାକୁ ପ୍ରଦାନ କରିଥିଲେ ସେ ନେଇ ପାକ୍‌ ସେନା ପକ୍ଷରୁ କୌଣସି ସବିଶେଷ ତଥ୍ୟ ଦିଆଯାଇ ନାହିଁ। ସେହିପରି ପଦରେ ଥିବାବେଳେ କି ଅବସର ପରେ ଅଭିଯୁକ୍ତମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ସେନେଇ କିଛି ସୂଚନା ଦିଆଯାଇ ନାହିଁ।

- Advertisement -

ସୂଚନାଯୋଗ୍ୟ, ପାକିସ୍ତାନ ସେନାର ନିଜସ୍ବ ଆଇନ ଏବଂ କୋର୍ଟ ରହିଛି। ସେନାରେ କାର୍ଯ୍ୟରତ ଅଧିକାରୀମାନେ କୌଣସି ବେଆଇନ କାର୍ଯ୍ୟରେ ଲିପ୍ତ ଥିବା ଜଣାପଡ଼ିବା ପରେ ରୁଦ୍ଧଦ୍ବାର ମଧ୍ୟରେ ମାମଲାର ବିଚାର ପ୍ରକ୍ରିୟା ଚାଲିଥାଏ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories