www.samajalive.in
Monday, December 8, 2025
14.1 C
Bhubaneswar

ପାଇକ ମହାସଂଘର ନିଆରା ଢଙ୍ଗରେ ଅକ୍ଷୟ ତୃତୀୟା ପାଳନ

ଭୁବନେଶ୍ୱର: କରୋନା ମହାମାରୀ ସାରା ବିଶ୍ୱ ପାଇଁ ଏକ ବିରାଟ ଆହ୍ୱାନ ସୃଷ୍ଟି କରିଛି। ରାଜ୍ୟ ସରକାର ନିଜର ସମସ୍ତ ପ୍ରସ୍ତୁତି ସହିତ ଏହି ଅଭୂତପୂର୍ବ ମହାମାରୀର ମୁକାବିଲା କରୁଛନ୍ତି। ଏହି ମହାମାରୀକୁ ସଫଳତାର ସହିତ ପ୍ରତିହତ କରିବାରେ ପୁଲିସ କର୍ମଚାରୀଙ୍କ ଅବଦାନ ଉଲ୍ଲେଖନୀୟ। ଆଜି ପବିତ୍ର ଅକ୍ଷୟ ତୃତୀୟାରେ ଚାଷୀ ପୁଅ ଅଖିମୁଠି ଅନୁକୁଳ କରିବା ବିଧି ରହିଛି। କିନ୍ତୁ କରୋନା କଟକଣା ପାଇଁ ଏହି ଉତ୍ସବ ପାଳନରେ ରୋକ୍‍ ଲାଗିଛି। ତେବେ ରାଜ୍ୟବାସୀଙ୍କୁ କରୋନା ସଂକଟରୁ ଉଦ୍ଧାର ଓ କରୋନା ମହାମାରୀକୁ ପ୍ରତିହତ କରୁଥିବା ପୁଲିସ କର୍ମଚାରୀଙ୍କ ଗହଣରେ ନିଆରା ଢଙ୍ଗରେ ନିଖିଳ ଓଡ଼ିଶା ମହାସଂଘ ପାଳନ କରିଛି ଅକ୍ଷୟ ତୃତୀୟା ଉତ୍ସବ। ଏହି ଅବସରରେ ପାଇକ ମହାସଂଘ ପକ୍ଷରୁ ପାରମ୍ପରିକ ରୀତିନୀତି ସମ୍ପନ୍ନ କରାଯିବା ପରେ ଭିଏସ୍‍ଏସ୍‍ ନଗର ଫାଣ୍ଡିରେ କାର୍ୟ୍ୟରତ ପୁଲିସ କର୍ମଚାରୀଙ୍କୁ ‘କରୋନା ମହାଯୋଦ୍ଧା ସମ୍ମାନ’ ପ୍ରଦାନ ସହିତ ସେମାନଙ୍କୁ ଉପଢୌକନ ଓ ମାନପତ୍ର ଦେଇ ସମ୍ମାନିତ କରିଥିଲା। ଏଠାରେ ଭିଏସ୍‍ଏସ୍‍ ନଗରରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ମୁତୟନ ପୁଲିସ କର୍ମଚାରୀଙ୍କୁ ସେମାନଙ୍କ ଉତ୍ସର୍ଗିକୃତ ସେବା ମନୋଭାବ ପାଇଁ ପାଇକ ମହାସଂଘ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲା। ପବିତ୍ର ଅକ୍ଷୟ ତୃତୀୟର ପାରମ୍ପରିକ ରୀତିନୀତି ଅନୁଷ୍ଠିତ ହେବା ପରେ ଭିଏସ୍‍ଏସ୍‍ ନଗର ଫାଣ୍ଡି ଅଧିକାରୀ ଚିତ୍ତରଞ୍ଜନ ରାଉତଙ୍କୁ ‘କରୋନା ମହାଯୋଦ୍ଧା ସମ୍ମାନ’ରେ ସମ୍ବର୍ଦ୍ଧିତ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଶରତ କୁମାର ଦଳାଇବେହେରା, ଲୋକନାଥ ଦାସ, ରମେଶଚନ୍ଦ୍ର ବେହେରା, ପ୍ରମୋଦ କୁମାର ପତି, ମନୋଜ କୁମାର ବେହେରା, ମାନସ ରଞ୍ଜନ ସାହୁ, ରଞ୍ଜନ କୁମାର ଦାସ, ପ୍ରଫୁଲ କୁମାର ମାତୀ, ଏମ୍‍ବ୍ଲସ୍‍ ଡୁଙ୍ଗୁଡୁଙ୍ଗୁ, ସେକ୍‍ ଇବ୍ରାହିମ୍‍, ଏ.କେ.ସେଠୀ ପ୍ରମୁଖ ପୁଲିସ କର୍ମଚାରୀଙ୍କୁ ‘କରୋନା ମହଯୋଦ୍ଧା ସମ୍ମାନ ପ୍ରଦାନ କରାଯାଇଥିଲା। ଭିଏସ୍‍ଏସ୍‍ ନଗର ଫାଣ୍ଡିରେ ଆୟୋଜିତ ଏହି ନିରାଡ଼ମ୍ବର କାର୍ୟ୍ୟକ୍ରମରେ ପ୍ରତ୍ୟେକ ପୁଲିସ କର୍ମଚାରୀ ସରକାରୀ ନିୟାମାନୁସାରେ ସାମାଜିକ ଦୂରତା ବଜାୟ ରଖିଥିଲେ ଏବଂ କରୋନା ମହାମାରୀ ରୋକିବା ପାଇଁ ସଚେତନତା ସୃଷ୍ଟି କରିଥିଲେ।

ଏହି ଅବସରରେ ପାଇକ ମହାସଂଘ ରାଜ୍ୟ ସଭାପତି ତଥା ପାଇକ ମଉଡ଼ମଣୀ ଅଶୋକ କୁମାର ପାଲଟାସିଂହ ଯୋଗଦେଇ କହିଥିଲେ ଯେ ମହାମାରୀ ‘କରୋନା’ ଆତଙ୍କରେ ସମଗ୍ର ବିଶ୍ୱ ଆତଙ୍କିତ। ଯେଉଁମାନେ ଏହି କରୋନା ଭୂତାଣୁ ସଂକ୍ରମଣରୁ ମାନବ ସମାଜକୁ ରକ୍ଷା କରିବା ପାଇଁ ଜୀବନକୁ ବାଜି ଲଗାଇ ଏହି ମହତ୍‍ କାର୍ୟ୍ୟରେ ନିଜକୁ ସମର୍ପିତ କରିଛନ୍ତି ସେମାନଙ୍କ ମଧ୍ୟରେ ପୁଲିସ ବାହିନୀ ସମାଜର ରକ୍ଷା କବଚ ଭାବେ କାର୍ୟ୍ୟ କରି ପ୍ରଶଂସିତ। ସେମାନେ ସାରାଦେଶରେ କରୋନା ରାକ୍ଷସ ସହିତ ସମ୍ମୁଖ ଯୁଦ୍ଧ କରି ‘ମହାଯୋଦ୍ଧା’ର ଭୂମିକାରେ ଅବତ୍ତୀର୍ଣ୍ଣ ହୋଇଛନ୍ତି। ଏହି ମହାନ କାର୍ୟ୍ୟରେ ମୁତୟନ ପୁଲିସ କର୍ମଚାରୀଙ୍କ ଗହଣରେ ଓଡ଼ିଆ ପାଇକ ସଂଘ ପବିତ୍ର ଅକ୍ଷୟ ତୃତୀୟା ପାଳନ କରି ନିଜକୁ ଧନ୍ୟ ମନେ କରିଛି। ଫାଣ୍ଡି ଅଧିକାରୀ ଚିତ୍ତରଞ୍ଜନ ରାଉତ କହିଥିଲେ ଯେ ଭିଏସ୍‍ଏସ୍‍ ନଗର ଅଞ୍ଚଳରେ ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ୨୪ଘଣ୍ଟା ସଜାଗ ରହିଛି। ଏହି ଅଞ୍ଚଳବାସୀ କିଭଳି କରୋନା ଭୂତାଣୁ ସଂକ୍ରମଣ ଶିକାର ନ ହେବେ ସେଥିପାଇଁ ଜନସାଧାରଣଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି କରିବା ସହିତ କଡ଼ା ପ୍ରହରା ଦେଉଛି। ଏଥିରେ ଜନସାଧାରଣ ସହଯୋଗ କରୁଥିବାରୁ ସେମାନେ ଧନ୍ୟବାଦର ପାତ୍ର। ଜନସାଧାରଣଙ୍କ ସହଯୋଗ ପାଇଁ ଆଜି ସୁଦ୍ଧା ଭିଏସ୍‍ଏସ୍‍ ନଗରୁକ କରୋନା ଭୂତାଣୁ ପଶିପାରିନାହିଁ। ତେବେ କରୋନା ଭୁତାଣୁ ସଂକ୍ରମଣକୁ ରୋକିବା ପାଇଁ ଆପଣମାନେ ଘରେ ରୁହନ୍ତୁ ଓ ସାମାଜିକ ଦୂରତା ବଜାୟ ରଖନ୍ତୁ।

- Advertisement -

ନିଜ ପରିବାରଠାରୁ ଦୂରରେ ରହି କରୋନା ମହାମାରୀରୁ ମାନବ ସମାଜର ରକ୍ଷା ପାଇଁ ପ୍ରତିଶ୍ରୁତିବଦ୍ଧ ରହିଥିବାରୁ ସେମାନେ ଚୀର ନମସ୍ୟ ବୋଲି ଖୋର୍ଦ୍ଧା ଜିଲା ପାଇକ ମହାଂସଘ ସଭାପତି ପାଇକ ଗୁରୁ ପୂର୍ଣ୍ଣଚନ୍ଦ୍ର ପାଟ୍ଟଶାଣୀ, ରାଜ୍ୟ ଉପଦେଷ୍ଟା ବିଭୂତି ଭୂଷଣ ସ୍ୱାଇଁ ଓ ଇଂ ଶିବପ୍ରସାଦ ମିଶ୍ର ପ୍ରକାଶ କରିଥିଲେ। କାର୍ୟ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପାଇକ ମହାସଂଘର ରଞ୍ଜନ ବଳିଆରସିଂହ, ସାମ୍ବାଦିକ ରମାକାନ୍ତ ମହାନନ୍ଦ, ରାଜୀବ ନୟନ ରଥ, ଶାରଦା ପ୍ରସାଦ ଦାଶ, ସମରଞ୍ଜନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ଆଗାମୀ ଦିନରେ କରୋନା ଯୁଦ୍ଧର ମହାନାୟକ ଭାବେ ପରିଗଣିତ ଡାକ୍ତର, ନର୍ସ, ହସ୍‍ପିଟାଲ୍‍ କର୍ମଚାରୀ ଓ ସାମ୍ବାଦିକଙ୍କୁ ସମ୍ବର୍ଦ୍ଧିତ କରାଯିବା ନେଇ ଯୋଜନା ପ୍ରସ୍ତୁତ ହୋଇଛି ବୋଲି ସଂଘ ପକ୍ଷରୁ ସୂଚନା ଦିଆଯାଇଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories