ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ  ନିମନ୍ତେ ଶୁଭ ଖୁଣ୍ଟି ସ୍ଥାପନ 

ପଦ୍ମପୁର : ରାୟଗଡା ଜିଲା ପଦ୍ମପୁର ଗ୍ରାମରେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ ମନ୍ଦିରର ପ୍ରତିଷ୍ଠା ଉତ୍ସବ ଆଗାମୀ ଜାନୁଆରୀ ୧୮ ତାରିଖ ଠାରୁ ଆରମ୍ଭ ହୋଇ ୫ଦିନ ଧରି ଚାଲିବାକୁ ଥିବା ବେଳେ ସେଥି ନିମନ୍ତେ ଆଜି ସକାଳ ୯ ଘଣ୍ଟା ସମୟରେ ନୀଳକଣ୍ଠେଶ୍ଵର ମନ୍ଦିର ପାଙ୍ଗଣରେ ଶୁଭଖୁଣ୍ଟି ସ୍ଥାପନ ହୋଇଯାଇଛି । ଏଥିରେ କର୍ତ୍ତା ରୂପେ ପୂର୍ଣ୍ଣଚନ୍ଦ୍ର ସାହୁ ପୂଜାର୍ଚ୍ଚନା କରିଥିଲେ ।

ଏହି କାର୍ଯ୍ୟକ୍ରମରେ ପୁରୋହିତ ଭାବେ ନରସିଂହ ସାମନ୍ତରାୟ ଓ ରାଜା ବାହିନୀପତି ଯୋଗଦାନ କରି ପୂଜା କାର୍ଯ୍ୟ ସମ୍ପାଦନା କରିଥିଲେ । ସଂକୀର୍ତ୍ତନ ମଣ୍ଡଳୀ ଦ୍ବାରା ରାମନାମ , ଶଙ୍ଖ ଧ୍ଵନି ଦ୍ଵାରା ପୁରା ଅଞ୍ଚଳ ରାମମୟ ହୋଇଥିଲା।ପଦ୍ମପୁର ଗ୍ରାମବାସୀ ଓ ଆଖ ପାଖ ଅନେକ ଗ୍ରାମର ଭକ୍ତମାନେ ପହଞ୍ଚି ଶୁଭଖୁଣ୍ଟି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ ।

ଏଥିରେ ମୃଦଙ୍ଗ ଗୁରୁ ଗୌର ଚନ୍ଦ୍ର ସାହୁ ,ଶ୍ୟାମ ସୁନ୍ଦର ସାହୁ ,କୃଷ୍ଣ ଚନ୍ଦ୍ର ପାଣିଗ୍ରାହୀ ,କୃଷ୍ଣ ଚନ୍ଦ୍ର ପଣ୍ଡା ,ଜଗନ୍ନାଥ ପାଣିଗ୍ରାହୀ ,ଆଇନଜୀବୀ ସରୋଜ କୁମାର ପାଣିଗ୍ରାହୀ ,ରମେଶ ଚନ୍ଦ୍ର ପଣ୍ଡା ,ହରେକୃଷ୍ଣ ପାଢ଼ୀ, ରଘୁନନ୍ଦନ ପାଢ଼ୀ , ଚଗଲା ପଣ୍ଡା , ଜଗଦୀଶ ଚନ୍ଦ୍ର ସାହୁ ,ପ୍ରଦୀପ କୁମାର ବାହିନୀପତି ,ସୁଶାନ୍ତ ସାହୁ ,ପ୍ରକାଶ ପାଣିଗ୍ରାହୀ ,ଭାସ୍କର ସାହୁ ,ସଭା ସୁନ୍ଦର ସାହୁ ,ଟୁଟୁ ପାଣିଗ୍ରାହୀ ,ଗୋଦାବରୀ ରାଉତ ,ରାଜିବ ସାହୁ ,ଲାଡି ତୁକାରାମ, ଅଟଳ ଚୌଧୁରୀ ପ୍ରମୁଖ ଯୋଗ ଦେଇ ପରିଚାଳନା କରିଥିଲେ ।

Comments are closed.