www.samajalive.in
Wednesday, December 10, 2025
15.1 C
Bhubaneswar

ମୋଦୀ ଅକ୍ଷୟଙ୍କଠାରୁ ଭଲ ଅଭିନେତା: ଓୱେସୀ

ହାଇଦ୍ରାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବଲିଉଡ୍‌ ଅଭିନେତା ଅକ୍ଷୟ କୁମାରଙ୍କୁ ‘ଅରାଜନୈତିକ’ ସାକ୍ଷାତକାର ଦେବା ପରେ ଏଆଇଏମଆଇଏମ  ମୁଖ୍ୟ ଆସାଉଦ୍ଦିନ ଓୱେସୀ ମୋଦୀଙ୍କୁ କଡ଼ା ସମାଲୋଚନା କରିଛନ୍ତି।  ଓୱେସୀ କହିଛନ୍ତି, ମୋଦୀଙ୍କ ସମର୍ଥନରେ ରହିଥିବା ଟିଭି ଆଙ୍କରମାନେ ପ୍ରଧାନମନ୍ତ୍ରୀଙ୍କ ଅଭିନୟ ପ୍ରତ୍ୟାଶାକୁ ପୂରଣ କରି ନ ପାରିବାରୁ ସେ ଜଣେ ବାସ୍ତବ ଅଭିନେତାଙ୍କୁ ନିୟୋଜିତ କରିଛନ୍ତି। ବେରୋଜଗାର ଏବଂ ଚାଷୀ ଆତ୍ମହତ୍ୟା ପ୍ରସଙ୍ଗରେ ଓୱେସୀ ମୋଦୀଙ୍କୁ ସମାଲୋଚନା କରି କହିଛନ୍ତି, ସେ ଜଣେ ଅଭିନେତାଙ୍କୁ ଘରକୁ ଡାକି ଏକ ପରିପୃଷ୍ଟ ସବୁଜ ବଗିଚାରେ ନିଜ ଆଡୁ ସାକ୍ଷାତକାର ଦେଲେ। ସେଥିରେ ପୁଣି ପ୍ରଧାନମନ୍ତ୍ରୀ ଆମ୍ବ କେମିତ ଖାଆନ୍ତି ତାହାକୁ ବର୍ଣ୍ଣନା କରୁଛନ୍ତି। ପ୍ରକୃତରେ ମୋଦୀ ଅକ୍ଷୟଙ୍କଠାରୁ ଭଲ ଅଭିନେତା। ମୋଦୀଙ୍କ ଅଭିନୟ ଦକ୍ଷତା ଅକ୍ଷୟଙ୍କଠାରୁ ଭଲ। ସାକ୍ଷାତକାର ବେଳେ ମୋଦୀ କହିଛନ୍ତି, ସେ ଦିନକୁ ୪ ଘଣ୍ଟାରୁ ଅଧିକ ଶୁଅନ୍ତି ନାହିଁ। ଯଦି ଏହା ସତ୍ୟ ତା’ହେଲେ ଚାଷୀମାନେ କାହିଁକି ଆତ୍ମହତ୍ୟା କରୁଛନ୍ତି ? ପୁଲୱାମାରେ କ’ଣ ପାଇଁ ବିସ୍ଫୋରଣ ଘଟିଲା ? ୨ କୋଟି ଯୁବତୀଯୁବକ କ’ଣ ପାଇଁ ବେକାର ବସିଛନ୍ତି ବୋଲି ଓୱେସୀ ପ୍ରଶ୍ନ କରିଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories