www.samajalive.in
Sunday, December 7, 2025
23.1 C
Bhubaneswar

ବିନା ସୂଚନା ଫଳକରେ ଚାଲିଛି କାର୍ଯ୍ୟ, ଲୋକେ ଅନ୍ଧାରରେ

ହରଭଙ୍ଗା : ଦୀର୍ଘଦିନର ଦାବି ପରେ ହରଭଙ୍ଗା ବ୍ଲକ ଜନସାଧାରଣଙ୍କ ପିଇବା ପାଣି ସମସ୍ୟା ଦୂରପାଇଁ ‘ଏଲ ଏଣ୍ଡ ଟି’ କମ୍ପାନୀ ଦ୍ୱାରା ୧୯୦କୋଟି ଟଙ୍କା ବ୍ୟୟ ବରାଦରେ ହରଭଙ୍ଗାରେ ବୃହତ୍ ପାଇପ୍ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି ।ଗତବର୍ଷ ଜାନୁୟାରୀ ମାସରୁ ଏହାର ନିର୍ମାଣ କାର୍ଯ୍ୟ ଚାଲିଥିବାବେଳେ କମ୍ପାନୀ କର୍ତ୍ତୃପକ୍ଷ ସାଧାରଣ ଲୋକଙ୍କୁ ଅନ୍ଧାରରେ ରଖି ବିନା ସୂଚନାଫଳକରେ ପ୍ରକଳ୍ପ କାର୍ଯ୍ୟ ମନଇଛା ଚଳେଇଛି । ଯାହାଫଳରେ ପ୍ରକଳ୍ପର ମିଆଦି ଡିଜାଇନ ଏବଂ ଅନୁଦାନ ରାଶି ସହିତ ସବିଶେଷ ତଥ୍ୟକୁ ଲୁକାୟିତ ଭାବେ ରଖାଯାଇ ନିର୍ମାଣ କାର୍ଯ୍ୟ ଅତ୍ୟନ୍ତ କଚ୍ଛପଗତିରେ ଚାଲୁରହିଛି। ସୂଚନା ଅନୁସାରେ ୨୦୨୨-୨୩ ଏବଂ ୨୦୨୩-୨୪ ଦୁଇଟି ଆର୍ଥିକ ବର୍ଷରେ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ସାରିବାକୁ ମିଆଦି ଥିବାବେଳେ ବର୍ଷେରୁ ଅଧିକ ସମୟ ମଧ୍ୟରେ ଇନଟେକ କାର୍ଯ୍ୟ -୩୦%, ଡବ୍ଲ୍ୟୁଟିପି କାର୍ଯ୍ୟ-୨୦% ଏବଂ ପାଇପ୍ ଲାଇନ କାର୍ଯ୍ୟ ମାତ୍ର ୧୦ ପ୍ରତିଶ୍ରତ ଶେଷ ହୋଇଛି। ଯାହାଫଳରେ ଆଉ ୧୦ମାସ ମଧ୍ୟରେ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଶେଷହେବା ନେଇ ସନ୍ଦେହ ସୃଷ୍ଟି ହୋଇଛି।ଅନ୍ୟପଟେ ଏହାର ଇନଟେକ ନିର୍ମାଣ କାର୍ଯ୍ୟ, ପାଇପ୍ ଲାଇନ କାର୍ଯ୍ୟ ପେଟି ଠିକଦାର ଦ୍ୱାର ନିର୍ମାଣ ଚାଲିଥିବାରୁ ଏହାର ସ୍ଥାୟୀତ୍ୱ ଉପରେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟିହୋଇଛି। ଅନ୍ୟପଟେ ଜଳ ଓ ପରିମଳ ବିଭାଗ ଦ୍ୱାରା ପ୍ରକଳ୍ପ କାର୍ଯ୍ୟର ବିଲ ପଇଠ ହେଉଥିବା ବେଳେ ଏହାର ନିର୍ମାଣ କାର୍ଯ୍ୟ ତଦାରଖ ପାଇଁ ଜିଲ୍ଲାରେ ଜଳ ଓ ପରିମଳ ବିଭାଗର ସୁପରିଟେଣ୍ଡିଂ ଇଂଜିନିୟର ପଦବୀ ଖାଲିପଡିଥିବାରୁ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ସରକାରୀ ଉଚ୍ଚପଦସ୍ଥ ଯନ୍ତ୍ରୀଙ୍କ ବିନା ତଦାରଖରେ ଚାଲିଥିବା ଏକ ପ୍ରକାର ସ୍ଫଷ୍ଟ ହୋଇଛି ।ଏହା ସତ୍ୱେ ପ୍ରକଳ୍ପ ନିର୍ମାଣ ବାବଦକୁ ୪୦ରୁ ୫୦କୋଟି ବିଲ ପଇଠ ହୋଇସାରିଥିବା କୁହାଯାଉଛି । ସାଧାରଣ ଲୋକଙ୍କ ଟିକସ ପଇସାରେ କୋଟି କୋଟି ଟଙ୍କାରେ ନିର୍ମାଣଚାଲିଥିବା ପ୍ରକଳ୍ପକାର୍ଯ୍ୟ ଲୋକଙ୍କୁ ଆନ୍ଧାରରେ ରଖି ନିର୍ମାଣ କରାଯିବା ପଛରେ କି ରହସ୍ୟ ରହିଛି ତାକୁ ନେଇ ସାଧାରଣରେ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅନ୍ୟପଟେ ଜିଲ୍ଲାର ଜିଲ୍ଲାପାଳ ଏହି ପ୍ରକଳ୍ପର ସବୁ ଦିଗପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହେଉଛି । ନଚେତ୍ ସରକାର କା ମାଲ- ଦରିଆ ମେ ଡାଲ ନ୍ୟାୟରେ କମ୍ପାନୀ କିଛି ଲୋକଙ୍କୁ ହାତକରି ଅତି ବେପାରୁଆଭାବେ କାର୍ଯ୍ୟ ସାରି ଫେରାର ମାରିବା ସାର ହେବା ଛଡା ଅନ୍ୟକିଛି ନୁହେଁ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି । ଏ ଦିଗରେ ପଂଚାୟତିରାଜ ମନ୍ତ୍ରୀ ତଥା ୫ଟି ସଚିବ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହେଉଛି । ଏ ସର୍ମ୍ପକରେ ବ୍ଲକ ସହକାରୀ ଜଳ ଓ ପରିମଳ ଯନ୍ତ୍ରୀ ଶିବଶଙ୍କର ମଲ୍ଲିକଙ୍କୁ ପଚାରିବାରୁ ପ୍ରକଳ୍ପ ମିଆଦି ୨ବର୍ଷ ରହିଛି । ଇନଟେକ କାର୍ଯ୍ୟ ୩୦ ପ୍ରତିଶ୍ରତ, ଡବ୍ଲ୍ୟଟିପି କାର୍ଯ୍ୟ-୨୦ ପ୍ରତିଶ୍ରତ ସରିଥିବାବେଳେ ପାଇପ ଲାଇନ କାର୍ଯ୍ୟ ୧୦ପ୍ରତିଶ୍ରତ ସରିଛି । ସୂଚନା ଫଳକ ବିଷୟରେ ପଚାରିବାରୁ ସେ ବିଷୟରେ ନରୁତ୍ତର ରହିଥିଲେ।

 

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories