www.samajalive.in
Tuesday, December 9, 2025
16.1 C
Bhubaneswar

୨୦୨୪-୨୫ ବର୍ଷରେ ରାଜ୍ୟରେ ଆଉ ୫ ଟି ନିଶା ନିବାରଣ କେନ୍ଦ୍ର ଖୋଲାଯିବା ନେଇ ଯୋଜନା ରହିଛି

ଭୁବନେଶ୍ୱର: ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ନିଶା ନିବାରଣ କେନ୍ଦ୍ରଗୁଡ଼ିକର ପରିଚାଳନା ନିମନ୍ତେ ଦିନିକିଆ କର୍ମଶାଳା ଓ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ୟୁନିଟ-୬ ସ୍ଥିତ କ୍ୟାପିଟାଲ ହସ୍ପିଟାଲ ପରିସରରେ ଥିବା ଏସଆଇଡ଼ିଆର୍ ସମ୍ମିଳନୀ କକ୍ଷରେ ଦିଶା ଯୋଜନା ଅଧିନରେ କେନ୍ଦ୍ରଗୁଡ଼ିକର ସୁପରିଚାଳନାକୁ ନେଇ ଏହି କର୍ମଶାଳା ଓ ତାଲିମ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା। କାର୍ଯ୍ୟକ୍ରମରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ଉପସ୍ଥିତ ରହି ଚଳିତ ୨୦୨୪-୨୫ ବର୍ଷରେ ରାଜ୍ୟରେ ଆଉ ୫ ଟି ନିଶା ନିବାରଣ କେନ୍ଦ୍ର ଖୋଲାଯିବା ନେଇ ଯୋଜନା ରହିଛି ବୋଲି ମତ ପ୍ରକାଶ କରିଛନ୍ତି।

କେନ୍ଦ୍ରଗୁଡ଼ିକର ସୁପରିଚାଳନା, ସ୍ୱଚ୍ଛତା ସମ୍ପର୍କରେ ଆଲୋଚନା କରାଯିବା ସହ ନିଶା ନିବାରଣ ପ୍ରକ୍ରିୟା, ଗୋଷ୍ଠୀ ସହଭାଗିତା, ସମାଜରେ ପୁନଃଏକୀକରଣ ବିଷୟରେ ବିସ୍ତୃତ ପର୍ଯ୍ୟାଲୋଚନା କରାଯାଇଥିଲା। ଆଜିର କର୍ମଶାଳା ଓ ତାଲିମ କାର୍ଯ୍ୟକ୍ରମରେ ଭୁବନେଶ୍ୱରସ୍ଥିତ ଫେଥ୍ ଚାରିଟେବଲ୍ ଟ୍ରଷ୍ଟ, ଖୋର୍ଦ୍ଧାର ମୁକ୍ତି ଫାଉଣ୍ଡେସନ୍, ବାଲେଶ୍ୱରର ପ୍ରୟାସ ସେ୍ୱଚ୍ଛାସେବୀ ସଂଗଠନ, ପୁରୀର ଭେଦିକ୍ ଗ୍ରୁପ୍, ବ୍ରହ୍ମପୁରର ପିପୁଲ୍ସ ଫୋରମ୍, କଟକର ପିକକ୍ ଫାଉଣ୍ଡେସନର ସଂଯୋଜକ ତାଲିମ କାର୍ଯ୍ୟକ୍ରମରେ ସାମିଲ ହୋଇଥ#ବାବେଳେ ସମାଜସେବୀ ଓ କାଉନସିଲର୍ ଉପସ୍ଥିତ ରହି ତାଲିମ୍ ପ୍ରଦାନ କରିଥ#ଲୋ
କାର୍ଯ୍ୟକ୍ରମରେ ବିଭାଗୀୟ ନିର୍ଦ୍ଦେଶକ ନିୟତି ପଟ୍ଟନାୟକ, ଅତିରିକ୍ତ ଶାସନ ସଚିବ ସନ୍ତୋଷ କୁମାର ପ୍ରଧାନ, ଉପ ଶାସନ ସଚିବ ବସନ୍ତ କୁମାର ବେହେରା ଓ ଅନ୍ୟାନ୍ୟ ବରିଷ୍ଠ ଅଧ#କାରୀ ଉପସ୍ଥିତ ଥ#ଲୋ

Hot this week

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

୨୦୨୬ରେ ଦୁଇ ଥର ଚଳନ କରିବେ ରହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

Related Articles

Popular Categories