www.samajalive.in
Tuesday, December 9, 2025
16.1 C
Bhubaneswar

ଗଞ୍ଜାମରେ ମେଗା ରକ୍ତ ଦାନ ଶିବିରରେ ୧୦୨ ୟୁନିଟ ରକ୍ତ ସଂଗ୍ରହ

ଗଞ୍ଜାମ : ଗଞ୍ଜାମ ଏନ.ଏ.ସି ଅନ୍ତର୍ଗତ ଵରପଲ୍ଲୀ ଗ୍ରାମରେ ୟୁଥ କ୍ଲବ ଓ ଗଂଜାମ ମହାବିଦ୍ୟାଳୟର ପୁରାତନ ଛାତ୍ର ସଂସଦର ମିଳିତ ଆନୁକୁଲ୍ୟରେ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଅଛି । ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଆରକ୍ଷୀ ଅଧିକ୍ଷୀକ ଠାକୁର ପ୍ରସାଦ ପାତ୍ର ଯୋଗ ଦେଇ କାର୍ୟ୍ୟକ୍ରମର ଶୁଭାରମ୍ଭ କରିଥିଲେ  ।  ସ୍ବେଚ୍ଛାକୃତ ରକ୍ତଦାତାଙ୍କୁ ରକ୍ତର ମହତ୍ଵ ବିଷୟରେ ବୁଝାଇଥିଲେ । ଏହି ରକ୍ତଦାନ ଶିବିରରେ ୧୦୨ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ଅନ୍ୟ ଅତିଥି ମାନଙ୍କ ଭିତରେ ଅଷ୍ଟମ ବାଟାଲିୟନ ଆସିଷ୍ଟାଣ୍ଟ କମାଡେଣ୍ଟ ଅରୁଣ କୁମାର ପ୍ରଧାନ,ଗଞ୍ଜାମ ମହାବିଦ୍ୟାଳୟର ଅଧକ୍ଷ ପ୍ରବୀଣ କୁମାର ନନ୍ଦ,ରାଜନୀତି ବିଜ୍ଞାନ ମୁଖ୍ୟ ପ୍ରାଧ୍ୟାପକ ଅମର ବିଷୋୟୀ,ଇତିହାସ ବିଭାଗର ମୁଖ୍ୟ ପ୍ରଭାତୀ ତ୍ରିପାଠୀ, ଗଞ୍ଜାମ ଥାନା ଅଧିକାରୀ ଶୁଭେନ୍ଦୁ କୁମାର ସାହୁ,ପୂର୍ବତନ ଅଧିକ୍ଷଣ ଯନ୍ତ୍ରୀ ବିନୋଦ କୁମାର ପାଢୀ,ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ବିଜୟ କୁମାର ବେହେରା,ରାଜ୍ୟବିଜୁ ଛାତ୍ର ଜନତା ଦଳ ସମ୍ପାଦକ ବିଭୁତି ଭୂଷଣ ସ୍ୱାଇଁ,ଗଂଜାମ ଏନ.ଏ.ସି ଛାତ୍ର ସଭାପତି ରାକେଶ ରଂଜନ ଦାସ,ପୂର୍ଵତନ କାଉନସିଲର ଦୁର୍ଗାମାଧବ ପାଣିଗ୍ରାହୀ ଯୋଗ ଦେଇଥିଲେ । ପୂର୍ବତନ ଗଂଜାମ ମହାବିଦ୍ୟାଳୟର ଛାତ୍ରସଂସଦ ର ସଭାପତି ଶିବାନନ୍ଦ ପଲାଇ ଓ ଛାତ୍ରନେତା ଅକ୍ଷୟ ପ୍ରଧାନଙ୍କ ନେତୃତ୍ୱରେ ଏପରି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଅତିରିକ୍ତ ଆରକ୍ଷୀ ଅଧିକ୍ଷୀକ ଠାକୁର ପ୍ରସାଦ ପାତ୍ର ପ୍ରଶଂସା କରିଛନ୍ତି ଆଗକୁ ଏମିତି ସମାଜ ସେବାରେ ନିୟୋଜିତ କରିବା ପାଇଁ ପ୍ରେରଣା ଦେଇଛନ୍ତି । ଅନ୍ୟମାନଙ୍କ ଭିତରେ ଶୁଭେନ୍ଦୁ କୁମାର ପଲାଇ,ବିଭୁପ୍ରସାଦ ତରେଇ,ସାଗର ତରେଇ,ଛାତ୍ର ନେତା ଚିଦାନନ୍ଦ ପ୍ରଧାନ, ଓ ଵରପଲ୍ଲୀ ସମସ୍ତ ଗ୍ରାମବାସୀ ଓ ମହାବିଦ୍ୟାଳୟର ଏନ.ସି.ସି ସମସ୍ତ ଛାତ୍ର ଛାତ୍ରୀ ଯୋଗ ଦେଇ କାର୍ୟ୍ୟକର୍ମକୁ ପରିଚାଳନା କରିଥିଲେ ।

Hot this week

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

ଟଙ୍କାର ବିନିମୟ ମୂଲ୍ୟ ଆଉ ୧୬ ପଇସା କମିଲା

ନୂଆଦିଲ୍ଲୀ, ୮ା୧୨: ସୋମବାର ଆମେରିକୀୟ ଡଲାର ତୁଳନାରେ ଟଙ୍କା ୧୬ ପଇସା...

Related Articles

Popular Categories