www.samajalive.in
Friday, December 5, 2025
20.1 C
Bhubaneswar

ନ୍ୟାସନାଲ୍ କନଫରେନ୍ସରେ ଫାଟ: ଓମାରଙ୍କ ଇସ୍ତଫା ଦାବି କଲେ ଦଳୀୟ ସାଂସଦ

ଶ୍ରୀନଗର: ଜାମ୍ମୁ ଓ କାଶ୍ମୀର ନ୍ୟାସନାଲ କନଫରେନ୍ସରେ ଦିନକୁ ଦିନ ତିକ୍ତତା ବଢିବାରେ ଲାଗିଛି। ଜାମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଦେଇଥିବା ନିର୍ବାଚନ ପ୍ରତିଶ୍ରୁତି ପୂରଣ କରିବାରେ ବିଫଳ ହୋଇଥିବାରୁ ସେ ଇସ୍ତଫା ଦେବା ଉଚିତ୍ ବୋଲି ଦଳର ଶ୍ରୀନଗର ସାଂସଦ ଆଗା ରୁହୁଲ୍ଲା କହିଛନ୍ତି। ସାଂସଦ ମିଆଁ ଅଲତାଫ୍ ମଧ୍ୟ ଓମାରଙ୍କ ବିଫଳତା ବଖାଣିଛନ୍ତି।

ଅନ୍ୟପଟେ ଉଭୟଙ୍କ ବୟାନ ପରେ ଓମାର ନିଜ ଜବାବ ରଖି କହିଛନ୍ତି ଯେ ଦଳର ଉଭୟ ସାଂସଦଙ୍କ ମଧ୍ୟରେ ଅନେକ ଫରକ ରହିଛି। ପାର୍ଟି ପାଖରେ ନିର୍ବାଚନ ପ୍ରଚାର ନେତୃତ୍ବ ନେବା ପାଇଁ ପର୍ଯ୍ୟାପ୍ତ ନେତା ଅଛନ୍ତି। ଅଲତାଫଙ୍କ ବୟାନରେ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ଯେ ଅଲତାଫ୍ ତାଙ୍କ ପିତା ସମାନ। କିଛି ବି ଭୁଲ କଲେ ଅଲତାଫ୍ ତାଙ୍କୁ ପିତା ଭଳି ପରାମର୍ଶ ଦେଇଥିବା ସେ କହିଛନ୍ତି। ଅନ୍ୟପଟେ ପ୍ରତିକ୍ରିୟା ରଖି ରୁହୁଲ୍ଲା କହିଛନ୍ତି ଯେ ସେ କେବଳ ନ୍ୟାସନାଲ୍ କନଫରେନ୍ସର ବିଚାରଧାରାରେ ଚାଲୁଛନ୍ତି ଏବଂ ପାର୍ଟି ନିଜ ଘୋଷଣାପତ୍ରରେ ଯେଉଁ ମୁଦ୍ଦା ସମ୍ପର୍କରେ ପ୍ରତିଶ୍ରୁତି ଦେଇଥିଲା ତାକୁ ଉଠାଉଛନ୍ତି।

- Advertisement -

ଏହା ସହ ସେ କହିଛନ୍ତି ପାର୍ଟିର ଏଜେଣ୍ଡା ଅନୁସାରେ ହିଁ ସେ ସ୍ବର ଉଠାଉଛନ୍ତି। ତାଙ୍କୁ ଦଳରୁ ଭିନ୍ନ ବୋଲି ଅଭିଯୋଗ ଆଣିବା ଅନୁଚିତ । ଓମାର ଏହାକୁ ବ୍ୟକ୍ତିଗତ ଭାବେ ନିଅନ୍ତୁନାହିଁ, ଏହି ମୁଦ୍ଦା ବ୍ୟକ୍ତିଗତ ଅଂହକାରଠୁ ବଡ। ଘୋଷଣାପତ୍ରରେ ହୋଇଥିବା ଘୋଷଣା ଦଳର, ଅବଦୁଲ୍ଲାଙ୍କର ନିଜର ନୁହେଁ। ଅନୁଚ୍ଛେଦ ୩୭୦ ଲାଗୁ ଲଢେଇ ଆମ ଅସ୍ତିତ୍ବ ମୁଦ୍ଦା ଥିଲା। ଆମେ ନିଜ ପରିଚୟ ରକ୍ଷା ପାଇଁ ଲଢିବାର ପ୍ରତିଶ୍ରୁତି ଦେଇଥିଲୁ ବୋଲି ସେ କହିଛନ୍ତି। ଏହା ସହ ସେ ଅବଦୁଲ୍ଲାଙ୍କ ଉପରେ ମୂଳ ପ୍ରସଙ୍ଗ ଛାଡି କେନ୍ଦ୍ର ସରକାରଙ୍କ ସହ ମିଶୁଥିବା ଅଭିଯୋଗ ମଧ୍ୟ ଲଗାଇଛନ୍ତି। ସେ କହିଛନ୍ତି ଯେ ଓମାର ଇସ୍ତଫା ଦେବା ସହ ଭୁଲ୍ ମାଗିବା ଉଚିତ୍।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories