www.samajalive.in
Sunday, December 7, 2025
23.1 C
Bhubaneswar

ସାପ କାମୁଡ଼ାରେ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ

ବରପାଲି : ବରପାଲି ବ୍ଲକ କୁମ୍ଭାରୀ ଗ୍ରାମର ଜୈନେକ ୭୦ବର୍ଷ ବୟସ୍କ ବ୍ୟକ୍ତିଙ୍କ ଗୁରୁବାର ସାପ କାମୁଡ଼ାରେ  ମୃତ୍ୟୁ ହୋଇଯାଇଛି। ସୂଚନାନୁଯାୟୀ ବୁଧବାର ରାତିରେ ଜିତ ମହାନନ୍ଦ ଖିଆପିଆ ସାରି ସବୁ ଦିନ ପରି ଶୋଇଲାଘର ଚଟାଣରେ ଶୋଇଥିଲେ। ଅଚାନକ ବିଳମ୍ବିତ ରାତିରେ ଜିତା ପାଟି କରି ସାପ କାମୁଡ଼ିଥିବା କଥା କହିଥିଲେ। ପରିବାର ଲୋକେ ପାଟି ଶୁଣି ଘର ମଧ୍ୟକୁ ପ୍ରବେଶ କଲାବେଳେ ଏକ ସାପ ଘରବାହାରକୁ ଚାଲି ଯାଉଥିବା ଦେଖିବାକୁ ପାଇଥିଲେ। ସାପଟି ବୟସ୍କଙ୍କ ଡ଼ାହାଣ ହାତରେ କାମୁଡ଼ିଥିବା ପରିବାର ଲୋକେ ଦେଖିବା ସହିତ ଡ଼ାକ୍ତରଖାନାକୁ ନେବା ବ୍ୟବସ୍ଥାରେ ଲାଗି ପଡ଼ିଥିଲେ। ହେଲେ କୌଣସି ଗାଡ଼ିମଟର ଉଚିତ ସମୟରେ ନମିଳିବାରୁ ଗୁରୁବାର ପୁର୍ବାହ୍ନରେ ଏକ ମାଲବୁହା ଗାଡ଼ିରେ ସ୍ଥାନୀୟ ଡ଼ାକ୍ତରଖାନାକୁ ବୋହି ଆଣିଥିଲେ। ଡ଼ାକ୍ତର ବୃଦ୍ଧଙ୍କ ସ୍ୱାସ୍ଥ୍ୟ ପରିକ୍ଷା କଲାପରେ ପରିବାର ଲୋକଙ୍କୁ ମୃତ ବୋଲି ଘୋଷଣା କରିଥିଲେ। ପରେ ପୋଲିସକୁ ଘଟଣା ସମ୍ପର୍କରେ ଜଣାଇଲା ପରେ ପୋଲିସ ଡ଼ାକ୍ତରଖାନାରେ ପହଞ୍ଚିବା ସହିତ ପରିବାର ଲୋକଙ୍କୁ ଘଟଣା ସମ୍ପର୍କରେ ପଚରାଉଚୁରା କରିଥିଲା। ପରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହିତ ଶବବ୍ୟବଚ୍ଛ୍ୟଦ ପାଇଁ ସମ୍ପର୍କିୟଙ୍କ ସହାୟତାରେ ବରଗଡ଼ ଜିଲ୍ଲା ବ୍ୟବଚ୍ଛେଦ କେନ୍ଦ୍ରକୁ ପଠାଇ ଦେଇଥିଲା। ଜିତଙ୍କ ପାରିବାରିକ ସ୍ଥିତି ଅତ୍ୟନ୍ତ ଦୟନିୟ ହୋଇଥିବା ବେଳେ ଦିନ ମଜୁରିଆ ଭାବରେ ପରିଣତ ବୟଷରେ ମଧ୍ୟ ପର ଘରେ ମୁଳ ଲାଗୁଥିଲେ। ଘର ମୁରବି ଭାବରେ ପରିବାରର ପାଞ୍ଚପ୍ରାଣୀ କୁଟୁମ୍ବଙ୍କ ଆଶା ଭରସା ଭାବରେ ଭରଣ ପୋଷଣ କରୁଥିବା ଜଣାପଡ଼ିଥିଲା। ଏହିପରି ଜଣେ ଅସହାୟ ପରିବାରକୁ ଉଚିତ ସରକାରୀ ସହାୟତା ଯୋଗାଇ ଦେବାକୁ ଗାଁବାଲା ପ୍ରସାସନ ନିକଟରେ ଦାବୀ ଜଣାଇଛନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories