ଜୁନ୍ ପ୍ରଥମ /ଦ୍ବିତୀୟ ସପ୍ତାହରେ ଓଜେଇଇ

ଭୁବନେଶ୍ବର : ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) -୨୦୨୨ ଜୁନ ପ୍ରଥମ କିମ୍ବା ଦ୍ୱିତୀୟ ସପ୍ତାହରେ ପରୀକ୍ଷା ଅନୁଷ୍ଠିତ ହେବ। ଜାତୀୟ ଯୁଗ୍ମ ପ୍ରବେଶିକା (ଜେଇଇ)ମୁଖ୍ୟର ଚତୁର୍ଥ ଅଧିବେଶନ(ମେ ସେସନ) ମେ ଶେଷ ସପ୍ତାହରେ ଶେଷ ହେବାର ସମ୍ଭାବନା ରହିଛି। ତେଣୁ ଜେଇଇ ମୁଖ୍ୟ ସରିବା ପରେ ଓଜେଇଇ ଜୁନରେ ପରୀକ୍ଷା କରିବାକୁ ଲକ୍ଷ୍ୟ ରଖିଛି। ପରୀକ୍ଷା ସଂକ୍ରାନ୍ତରେ ନିର୍ଦିଷ୍ଟ ତାରିଖ ଘୋଷଣା କରାଯାଇ ନାହିଁ। ଏନେଇ ସୋମବାର ଓଜେଇଇ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଗ୍ରହୀ ଛାତ୍ରଛାତ୍ରୀ ବିଭିନ୍ନ ବୈଷୟିକ ପାଠ୍ୟକ୍ରମରେ ନାମଲେଖାଇବା ପାଇଁ ଓଜେଇଇ ପକ୍ଷରୁ ଆବେଦନ ଆରମ୍ଭ ହୋଇଛି । ବି.ଫାର୍ମ,ଏମସିଏ, ଏମବିଏ, ଏମ ଟେକ, ଏମ.ଆର୍ଚ୍ଚ, ଏମ.ପ୍ଲାନ, ଏମ.ଫାର୍ମା ଏବଂ ସରକାରୀ ତଥା ବେସରକାରୀ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟରେ ବି.ଟେକ ଓ ବି.ଫାର୍ମ ପାଠ୍ୟକ୍ରମ ପାଇଁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ସଞ୍ଚାର (ଅନଲାଇନ)ମାଧ୍ୟମରେ ଫର୍ମ ପୂରଣ କରିବା ମାର୍ଚ୍ଚ ୧୪ରୁ ଆରମ୍ଭ ହୋଇ ଏପ୍ରିଲ ୧୩ରେ ଶେଷ ହେବ।

kalyan agarbati

Comments are closed.