www.samajalive.in
Sunday, December 7, 2025
26.1 C
Bhubaneswar

ପାକିସ୍ତାନରେ ରେକର୍ଡ ଭାଙ୍ଗୁଛି ତୈଳ ଓ ଘିଅ ଦର

ପାକିସ୍ତାନ : ପାକିସ୍ତାନରେ ପରିସ୍ଥିତି ଧିରେ ଧିରେ ଜଟିଳ ଅବସ୍ଥାକୁ ଗତି କରୁଥିବା ଦେଖାଯାଉଛି । ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନରେ ମହଙ୍ଗା ମାଡ ରେକର୍ଡ ଭାଙ୍ଗୁଛି । ବଢୁଥିବା ଜିନିଷର ମୂଲ୍ୟ ମଧ୍ୟରେ ଦେଶର ଜନତାଙ୍କୁ ଏକ ବଡ ଝଟକା ପୁଣି ମିଳିଛି । ବନସ୍ପତି ଘିଅ ଓ ଖାଇବା ତେଲର ମୂଲ୍ୟ ୨୦୮ ଟଙ୍କା ଓ ୨୧୩ ଟଙ୍କା ବୃଦ୍ଧି ହୋଇଛି ।
ମହଙ୍ଗା ମାଡର ଏହା ବଡ ଝଟକା । କାରଣ ପୂର୍ବରୁ ହିଁ ସାଧାରଣ ଲୋକେ ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି । ୟୁଏସସି ତେଲ ଓ ଘିଅ ଦାମ୍‍ର ବୃଦ୍ଧି ନେଇ ସ୍ପଷ୍ଟ କରିଛି । ବର୍ତ୍ତମାନ ତେଲର ଦାମ୍‍ ୫୫୫ ଟଙ୍କା ପ୍ରତି ଲିଟର ଓ ବନସ୍ପତି ଘିଅ ୬୦୫ ଟଙ୍କା ପ୍ରତି କିଲୋରେ ମିଳିବ ।
ଘିଅ ଓ ଖାଇବା ତେଲର ଦାମ୍‍ ବୃଦ୍ଧି ନେଇ ଜୁନ୍‍ ୧ରେ ୟୁଏସସି ଏକ ବିଜ୍ଞପ୍ତି ଜାରି କରିଥିଲା । ନିଗମ ଅଧିକାରୀ ପାକିସ୍ତାନ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି । ମାତ୍ର ମୂଲ୍ୟ ବୃଦ୍ଧିର କୌଣସି କାରଣ ଉଲ୍ଲେଖ କରାଯାଇ ନାହିଁ । ଘିଅ ଓ ଖାଇବା ତେଲର ଦାମ୍‍ ମୂଲ୍ୟ ଖୁବ ଶ୍ରୀଘ ୟୁଏସସି ଦ୍ୱାରା ସ୍ଥିର କରାଯିବ ।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories