www.samajalive.in
Sunday, December 7, 2025
23.1 C
Bhubaneswar

କାନ୍ଥକୁ ସଜାଉଥିବା ସରକାରୀ କ୍ୟାଲେଣ୍ଡର ଏବେ ସଜାଇବ ମୋବାଇଲ୍‍ ଫୋନ୍‍ – ଜାଭଡେକର

ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ନୂଆଦିଲ୍ଲୀଠାରେ ସରକାରଙ୍କ ଡିଜିଟାଲ କ୍ୟାଲେଣ୍ଡର ଏବଂ ଡାଏରୀ ଆପ୍‍ର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଜାଭଡେକର କହିଛନ୍ତି ପୂର୍ବରୁ କାନ୍ଥକୁ ସଜାଉଥିବା ସରକାରୀ କ୍ୟାଲେଣ୍ଡର ଏବେ ମୋବାଇଲ୍‍ ଫୋନ୍‍କୁ ସଜାଇବ। ସେ କହିଛନ୍ତି ବର୍ତ୍ତମାନ ପ୍ରଯୁକ୍ତି କ୍ଷେତ୍ରର ପରିବର୍ତ୍ତନ ହୋଇଛି ଏବଂ ଦେଶରେ ଏବେ ୧୨୦ କୋଟି ମୋବାଇଲ୍‍ ଉପଭୋକ୍ତା ରହିଛନ୍ତି। ସେଥିମଧ୍ୟରୁ ୭୦ କୋଟି ଲୋକ ମୋବାଇଲ୍‍ ଫୋନରେ କ୍ୟାଲେଣ୍ଡର ବ୍ୟବହାର କରୁଛନ୍ତି।

ଶ୍ରୀ ଜାଭଡେକର କହିଛନ୍ତି କାଗଜ ବିହୀନ ଶାସନ ଏବେ କାର୍ଯ୍ୟାଳୟକୁ ଆସିଛି। ଫାଇଲଗୁଡ଼ିକ ପ୍ରତିବଦଳରେ ଇ-ଫାଇଲ୍‍ ଗତି କରୁଛି। ଡିଜିଟାଲ୍‍ କ୍ୟାଲେଣ୍ଡର ପରିବେଶ ଅନୁକୂଳ ଏକ ପଦକ୍ଷେପ। ଏହା ଉଭୟ ହିନ୍ଦୀ ଏବଂ ଇଂରାଜୀରେ ଉପଳବ୍ଧ ହେବ। କିନ୍ତୁ ଚଳିତମାସ ୧୫ ତାରିଖରୁ ଏହା ଏଗାରଟି ଭାଷାରେ ମିଳିପାରିବ। ସେ କହିଛନ୍ତି ପ୍ରତ୍ୟେକ ମାସ ପାଇଁ କ୍ୟାଲେଣ୍ଡରରେ ଏକ ଥିମ୍‍ ସହ ସରକାରଙ୍କ ୧୦୦ଟି ମହତ୍ତ୍ୱାକାଂକ୍ଷୀ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଉପଲବ୍ଧ ହେବ।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories