www.samajalive.in
Sunday, December 7, 2025
14.1 C
Bhubaneswar

ଧାମରା ମହୋତ୍ସବ-୨୦୨୫ର ଶେଷ ସନ୍ଧ୍ୟା, ଏକାଠି ରହିଲେ ସବୁ ଅସମ୍ଭବ ସମ୍ଭବ ହେବ – ମୁଖ୍ୟ ଅତିଥି

ଧାମରା: ଧାମରା ମହୋତ୍ସବର ତୃତୀୟ ବାର୍ଷିକ ଶେଷ ସନ୍ଧ୍ୟାରେ ଉପସ୍ଥିତ ମୁଖ୍ୟ ଅତିଥି ଭାବେ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ ଜଗନ୍ନାଥଙ୍କ ପାଖରେ ପ୍ରଦ୍ୱୀପ ପ୍ରଜ୍ୱଳନ କରିବା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା। ମହୋତ୍ସବ କମିଟିର ସ୍ଥାୟୀ ସଭାପତି ବଳଭଦ୍ର ଲେଙ୍କା ନିଜର ସ୍ୱାଗତ ଭାଷଣ କରିଥିବା ବେଳେ ମୁଖ୍ୟ ଅତିଥି ନିଜ ବକ୍ତବ୍ୟରେ ଦଳ ମତ ନିର୍ବିଶେଷରେ ସବୁ ଏକାଠି ହୋଇ କାର୍ଯ୍ୟ କଲେ ଅଞ୍ଚଳର ସମସ୍ତ ଅସମ୍ଭବକୁ ସମ୍ଭବ କରାଯାଇ ପାରିବ ବୋଲି ମତବ୍ୟକ୍ତ କରିଥିଲେ। ସମ୍ମାନୀତ ଅତିଥି ଭାବେ ସମାଜସେବୀ ମଧୁସ୍ମିତା ସେଠୀ ଯୋଗ ଦେଇ କବିତା ଆବୃତି କରିବା ସହ ଅଞ୍ଚଳର ତଥା ଧାମରାଇଙ୍କ ଉନ୍ନତି ପାଇଁ ଏକଜୁଟ ହେବାକୁ ଆହ୍ୱାନ କରିଥିଲେ। ଅନ୍ୟତମ ସମ୍ମାନୀତ ଅତିଥି ଭାବେ ଉଦୟ ନାରାୟଣ ମଲିକ ଧାମରା ଅଞ୍ଚଳର ସର୍ବାଙ୍ଗୀନ ଉନ୍ନତି ଆଶା କରିଥିଲେ। ଅନ୍ୟତମ ଅତିଥି ଭାବେ ପ୍ରମୋଦ ନାୟକ, ରୁଦ୍ର ନାରାୟଣ ମହାନ୍ତି, ଜାଗୁଳା ସରପଂଚ ସୁରେଶ ସେଠୀ, ବନବିହାରୀ ମାଇତି, ସୁରେଶ ମାହୁନ୍ତ, ପାପା ଜେନା, ଶରତ ଦଳେଇ, ସୁଦର୍ଶନ ଲେଙ୍କା, ରଞନ ସାହୁ ପ୍ରମୁଖ ମଂଚାସୀନ ଥିବା ସହ ଧାମରା ମହୋତ୍ସବର ଉତୋରତର କାମନା କରିଥିଲେ। ଦିବ୍ୟାଙ୍ଗ ଗୁରୁ ନିତ୍ୟାନନ୍ଦ ଦାସଙ୍କ ପ୍ରଚେଷ୍ଟାରେ ଆରମ୍ଭ ହୋଇଥିବା ଏହି ଧାମରା ମହୋତ୍ସବର ୩ୟ ବାର୍ଷିକ ଶେଷ ସନ୍ଧ୍ୟାରେ ମନୋରଞନ କାର୍ଯ୍ୟକ୍ରମ ମାଧ୍ୟମରେ କିପରି ନିତ୍ୟାନନ୍ଦ ଦାସ ଦୁର୍ଘଟଣାରେ ନିଜର ଗୋଟିଏ ଗୋଡ ହରାଇ ମଧ୍ୟ ଆଜି ଭଲି ଦିନରେ କେବଳ ଜାତୀୟ ନୁହେଁ ଆନ୍ତର୍ଜାତିକ ସ୍ତରରେ ଜଣେ ଓଡିଶୀ ନୃତ୍ୟ ଗୁରୁ ହେବା ସହ ଭଦ୍ରକ ଜିଲ୍ଲା ତଥା ଓଡ଼ିଶାର ନାଁକୁ ବିଶ୍ୱ ଦରବାରରେ ପହଂଚାଇ ପାରିଛନ୍ତି ତାହା ମଧ୍ୟ ଏକାଙ୍କିକା ମାଧ୍ୟମରେ ର୍ପଦର୍ଶନ କରାଯାଇଥିଲା। ଏଥିସହ ଗୁଜରାଟରୁ ଆସିଥିବା ଦିବ୍ୟାଙ୍ଗ କମଲେଶ ପଟେଲ ୨ହାତ ଦ୍ୱାରା ନୃତ୍ୟ ପରିବେଷଣ, ପବିତ୍ର ପ୍ରଧାନ ଏବଂ ଶ୍ରୀଦତ ଭୋଳଙ୍କ ଦ୍ୱାରା ଓଡିଶୀ, ନୃତ୍ୟାତ୍ମା ଅନୁଷ୍ଠାନ ଦ୍ୱାରା ସମ୍ବଲପୁରୀ ନୃତ୍ୟ ପ୍ରଦର୍ଶନ, ବିଣାକେଶରୀ ନୃତ୍ୟ ମଞରୀ ଅନୁଷ୍ଠାନ ଦ୍ୱାରା ନୃତ୍ୟ ଦର୍ଶକ ମାନଙ୍କ ଦ୍ୱାରା ଆଦୃତ ହୋଇଥିଲା। ଏହି ସମସ୍ତ କାର୍ଯ୍ୟକ୍ରମ ରାଜ୍ୟ ସଂସ୍କୃତି ବିଭାଗ, ଅଚ୍ୟୁତ ସାମନ୍ତଙ୍କ କିଟ ଏବଂ ଧାମରାଇ ମକର ମେଳା କମିଟିର ସହଭାଗିତାରେ ଅନୁଷ୍ଠିତ ହୋଇଥିବା ବେଳେ ଆଗାମୀ ବର୍ଷରେ ଏହାକୁ କିପରି ଲୋକାଦୃତ କରାଯାଇ ପାରିବା ସହ ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ଦୃଷ୍ଟି ଦେବ ସେଥିପ୍ରତି ମଧ୍ୟ ମତ ପ୍ରକାଶ ପାଇଥିଲା।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories