ସମାଜ ଡିଜିଟାଲ ଡେସ୍କ: ଓଡ଼ିଶା ହେବ ଫାର୍ମା ହବ୍। ରାଜ୍ୟରେ ପ୍ରତିଷ୍ଠା ହେବ ବିଭିନ୍ନ ଔଷଧ କମ୍ପାନୀ। ଏଥିପାଇଁ ଏକ ଫାର୍ମା କନକ୍ଲେଭ ଆୟୋଜନ କରିବାକୁ ଯାଉଛନ୍ତି ରାଜ୍ୟ ସରକାର। ଏଥିରେ ଦେଶ ବିଦେଶର ପ୍ରମୁଖ ଔଷଧ କମ୍ପାନୀ ସାମିଲ ହେବେ। ସେମାନେ ନିଜ ନିଜର ପ୍ରତିଷ୍ଠାନ ନିର୍ମାଣ କରିବାକୁ ଆଗ୍ରହ ଦେଖାଇବେ। ଯାହାଫଳରେ ଅଢ଼େଇ ଲକ୍ଷରୁ ଅଧିକ ନିଯୁକ୍ତି ସୃଷ୍ଟି ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ରାଜ୍ୟସ୍ତରୀୟ ସ୍ଵାଧୀନତା ଦିବସଳ ପାଳନ ଅବସରରେ ସୂଚନା ଦେଇଛନ୍ତି।
Popular Categories



