୪ରୁ ୫ ଦିନ ଭିତରେ ମୌସୁମୀ ଛୁଇଁବ ଓଡ଼ିଶା

ଡେସ୍କ: ଆସନ୍ତା ୪ରୁ ୫ ଦିନ ଭିତରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାରେ ପ୍ରବେଶ କରିବା ନେଇ ଭୁବନେଶ୍ୱର ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ମୌସୁମୀ ବାୟୁ ଓଡ଼ିଶା ପହଂଚିବା ପାଇଁ ପାଗ ଧୀରେ ଧୀରେ ଅନୁକୂଳ ହେଉଛି। ରାଜ୍ୟରେ ପ୍ରାକ-ମୌସୁମୀର ପ୍ରଭାବ ଆରମ୍ଭ ହୋଇଯାଇଛି। ଫଳରେ ତାତିରୁ ତ୍ରାହି ମିଳିବା ସହ ଗୁଳୁଗୁଳି ମଧ୍ୟ ହ୍ରାସ ପାଇଛି। ଆଗାମୀ ୩ ରୁ ୪ ଦିନ ମଧ୍ୟରେ ଦିନ ତାପମାତ୍ରା ୨ ରୁ ୩ ଡ଼ିଗ୍ରୀ ଯାଏଁ ତଳକୁ ଖସିବ ବୋଲି ପାଣିପାଗ ବିଭାଗ କହିଛି।

kalyan agarbati

Comments are closed.