୨୪ ଘଣ୍ଟା ପରେ ବଦଳିବ ପାଗ
![](https://samajalive.in/wp-content/uploads/2022/01/weather.jpg)
ଭୁବନେଶ୍ବର: ରାଜ୍ୟର ବିଭିନ୍ନ ସ୍ଥାନରେ ରାତି ତାପମାତ୍ରା ସ୍ବାଭାବିକଠାରୁ ତଳକୁ ଖସୁଛି। ଫଳରେ ଶୀତ ଅନୁଭୂତ ହେଉଛି। ତେବେ ୨୪ ଘଣ୍ଟା ପରେ ପୁଣି ପାଗ ବଦଳିବ। ଆଗାମୀ ତିନିଦିନ ପର୍ଯ୍ୟନ୍ତ ସର୍ବନିମ୍ନ ତାପମାତ୍ରା ୪ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବ। ଫଳସ୍ବରୂପ ଶୀତ ପ୍ରକୋପ କମିବ ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି। ଆଜି ରାଜ୍ୟର ସର୍ବନିମ୍ନ ତାପମାତ୍ରା ଦାରିଙ୍ଗବାଡିରେ ୮.୫ ଡିଗ୍ରୀ ଏବଂ କେନ୍ଦୁଝରରେ ୯ ଡିଗ୍ରୀ ରେକର୍ଡ କରାଯାଇଛି। ଫୁଲବାଣୀରେ ୧୦.୩ ଡିଗ୍ରୀ, ଟିଟିଲାଗଡରେ ୧୦.୮ ଡିଗ୍ରୀ ଏବଂ ଝାରସୁଗୁଡାରେ ୧୦.୫ ଡିଗ୍ରୀ ସର୍ବନିମ୍ନ ତାପମାତ୍ରା ରହିଛି। ଅନ୍ୟାନ୍ୟ ସ୍ଥାନ ଗୁଡିକରେ ୧୫ ଡିଗ୍ରୀ ତଳେ ରାତି ତାପମାତ୍ରା ଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ଜିଲାଗୁଡିକ ମଧ୍ୟରୁ ଗୋଟିଏରୁ ଦୁଇଟି ସ୍ଥାନରେ କୁହୁଡି ଦୃଶ୍ୟମାନ ହୋଇପାରେ।
![prayash](https://samajalive.in/wp-content/uploads/2024/12/prayash.jpg)
୨୧ ତାରିଖରୁ ତିନିଦିନ ଧରି ଉତ୍ତର ଉପକୂଳ ଓଡ଼ିଶା ସମେତ କେନ୍ଦୁଝର, ମୟୂରଭଞ୍ଜ, ପୁରୀ ଜିଲାର କିଛି ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣ ବର୍ଷା ହେବା ସମ୍ଭାବନା ରହିଛି। ଏଥିସହିତ ୨୨ ଓ ୨୩ ତାରିଖରେ ବରଗଡ, ଝାରସୁଗୁଡା, ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର ଏବଂ କେନ୍ଦୁଝର ଜିଲାର ଗୋଟିଏରୁ ଦୁଇଟି ସ୍ଥାନରେ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
![kalyan agarbati](https://samajalive.in/wp-content/uploads/2025/01/kalyani-adv.jpg)
Comments are closed.