ରାଜ୍ୟରେ ୨୯.୩୫% ଦରିଦ୍ର, ମନ୍ତ୍ରୀ କହିଲେ କମୁଛି

ଡେସ୍କ: ନୀତି ଆୟୋଗ ଦ୍ୱାରା ପ୍ରକାଶିତ ବହୁମୁଖୀ ଦାରିଦ୍ର୍ୟ ସୂଚକାଙ୍କରେ ହେଡ୍‍ କାଉଂଟ ରେସିଓ ଅନୁଯାୟୀ ରାଜ୍ୟରେ ମୋଟ ଜନସଂଖ୍ୟାର ୨୯.୩୫% ଦରିଦ୍ର ବୋଲି ଆକଳନ କରାଯାଇଛି। ଦାରିଦ୍ର୍ୟର ତୀବ୍ରତା ରହିଛି ୪୬.୪୨%। ଦେଶରେ ଦାରିଦ୍ର୍ୟର ତୀବ୍ରତା ୪୭.୧୩% ବୋଲି ଆଜି ବିଧାନସଭାରେ ଯୋଜନା ଓ ସଂଯୋଜନା ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି।

prayash

ସଭ୍ୟ ପ୍ରଫୁଲ୍ଲ ସାମଲଙ୍କ ପ୍ରଶ୍ନର ଉତରରେ ମନ୍ତ୍ରୀ ଶ୍ରୀ ବେହେରା ଗୃହକୁ ଜଣାଇଛନ୍ତି ଯେ ୨୦୦୪-୨୦୦୫ ବର୍ଷରୁ ୨୦୧୧-୧୨ ବର୍ଷ ମଧ୍ୟରେ ରାଜ୍ୟର ଦାରିଦ୍ର୍ୟ ହାର ୨୪.୬% ହ୍ରାସ ପାଇଛି। ଯୋଜନା ଆୟୋଗ ଦ୍ୱାରା ତେନ୍ଦୁଲକର ମେଥେଡୋଲୋଜି ଅନୁଯାୟୀ ରାଜ୍ୟର ଦାରିଦ୍ର୍ୟ ହାର ୨୦୦୪-୦୫ ବର୍ଷରେ ୫୭.୨% ଥିବାବେଳେ ୨୦୧୧-୧୨ ବର୍ଷରେ ଏହା ୩୨.୬&କୁ ହ୍ରାସ ପାଇଛି। ମନ୍ତ୍ରୀ କହିଛନ୍ତି, ରାଜ୍ୟରେ ଦାରିଦ୍ର୍ୟ ଦୂରୀକରଣ ପାଇଁ ଓଡିଶା ଜୀବିକା ମିଶନ, କାଳିଆ ଓ ମମତା ଯୋଜନାରେ ଆର୍ଥିକ ସହାୟତା, ବିଜୁ ପକ୍କା ଘର, ରିହାତି ଦରରେ ଖାଦ୍ୟ ଶସ୍ୟ ଯୋଗାଣ, ଦକ୍ଷତା ଓ ମିଶନ ଶକ୍ତି ମାଧ୍ୟରେ ମହିଳାଙ୍କୁ ଅର୍ଥନୈତିକ ସଶକ୍ତିକରଣ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ନଗଦ ବିହୀନ ଚିକିତ୍ସା, ଏମଜିନରେଗା ଓ ମୁକ୍ତା ଯୋଜନାରେ ବ୍ୟବସ୍ଥା କରାଯାଇଛି। ଏହାର ପ୍ରଭାବରେ ରାଜ୍ୟରେ ସମ୍ପୂର୍ଣ୍ଣ ଦାରିଦ୍ର୍ୟ ହ୍ରାସ ପାଉଛି ବୋଲି ମନ୍ତ୍ରୀ କହିଛନ୍ତି।

kalyan agarbati

Comments are closed.