www.samajalive.in
Sunday, December 7, 2025
26.1 C
Bhubaneswar

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା କାର୍ଯ୍ୟକ୍ଷମ କରାଇବାରେ ରାଜ୍ୟ ସରକାର ବିଫଳ – ବିଜେପି

ରାଜ୍ୟରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା କାର୍ଯ୍ୟକ୍ଷମ କରାଇବାରେ ରାଜ୍ୟ ସରକାର ବିଫଳ ହୋଇଥିବା ବିଜେପି ଅଭିଯୋଗ କରିଛି। ସରକାରୀ ଦଳ ମୁଖପାତ୍ର ସରକାର ଜଣ ପିଛା ୩୦୦୦ ହଜାର ଟଙ୍କାକରି ୪୫, ୬୦୦ ଜଣ ରାସ୍ତା ପାର୍ଶ୍ବ ଉଠା ଦୋକାନୀ (ଷ୍ଟ୍ରିଟ୍‍ ଭେଣ୍ଡର)ଙ୍କୁ ଆର୍ଥିକ ସହାୟତା ଦେଇଥିବା କହୁଥିବା ବେଳେ ଏଭଳି କୋଣସି ତଥ୍ୟ ରାଜ୍ୟ ସରକାରଙ୍କ କୈାଣସି ୱେବ୍‍ସାଇଟରେ କିମ୍ବା କୈାଣସି ମହାନଗର ନିଗମ, ମ୍ୟୁନିସିପାଲଟି, ଏନ୍‍ଏସି ଗୁଡିକର ୱେବସାଇଟ୍‍ରେ ଉପଲବ୍ଧ ନାହିଁ। ତେଣୁ ଶାସକ ଦଳର ମୁଖପାତ୍ର ମହୋଦୟ ଏଭଳି ଭ୍ରମାତ୍ମକ ବକ୍ତବ୍ୟ ନଦେଇ ଏହି ତଥ୍ୟଟି କେଉଁଠୁ ପାଇଲେ ଓ ଏହାର ସତ୍ୟତା ପ୍ରକାଶ କରିବାକୁ ବିଜେପି ରାଜ୍ୟ ମୁଖପାତ୍ର ଶ୍ରୀ ଦିଲୀପ ମହାନ୍ତି ଦାବୀ କରିଛନ୍ତି।

ଏହି ପ୍ରସଙ୍ଗରେ ସେ ରାଜ୍ୟ ସରକାରଙ୍କୁ କେତୋଟି ପ୍ରଶ୍ନ ପଚାରିଛନ୍ତି। ରାଜ୍ୟ ସରକାରଙ୍କ କୈାଣସି ୱେବ୍‍ସାଇଟରେ ରାସ୍ତା ପାର୍ଶ୍ବ ଉଠା ଦୋକାନୀଙ୍କ(ଷ୍ଟ୍ରିଟ୍‍ ଭେଣ୍ଡର) ତାଲିକା କାହିଁକି ପ୍ରକାଶ କରାଯାଇନାହିଁ, ୪୫,୬୦୦ଟି ରାସ୍ତା ପାର୍ଶ୍ବ ଉଠା ଦୋକାନୀମାନଙ୍କର(ଷ୍ଟ୍ରିଟ୍‍ ଭେଣ୍ଡର) ସଠିକ୍‍ ଚିହ୍ନଟ ହୋଇଛି ତ, ରାଜ୍ୟରେ ଥିବା ୫ଟି ମହାନଗର ନିଗମ, ୪୮ଟି ମ୍ୟୁନିସିପାଲଟି ଓ ୬୧ଟି ଏନ୍‍ଏସି ଗୁଡିକରେ ରାସ୍ତା ପାର୍ଶ୍ବ ଉଠା ଦୋକନୀଙ୍କ ତାଲିକା କାହିଁକି ସାର୍ବଜନୀନ କରାଯାଇ ନାହିଁ, ରାସ୍ତା ପାର୍ଶ୍ବ ଉଠା ଦୋକାନୀ ଚିହ୍ନଟ ପକ୍ରିୟା କେବେ କରାଯାଇଥିଲା ଓ ରାସ୍ତା ପାର୍ଶ୍ବ ଉଠାଦୋକାନୀ ଚିହ୍ନଟ ତାଲିକା ଭୁଲ ଅଛି କହି ତାଙ୍କୁ ପୁଣି ଟଙ୍କା ଫେରାଇବା ପାଇଁ ନିର୍ଦ୍ଦେଶ ଦେବେ ନାହିଁ ତ ଭଳି ୫ଟି ପ୍ରଶ୍ନର ଜବାବ୍‍ ଦେବା ପାଇଁ ଶ୍ରୀ ମହାନ୍ତି ଉଭୟ ଶାସକ ବିଜେଡି ଏବଂ ରାଜ୍ୟ ସରକାରଙ୍କ ପାଖରେ ଦାବୀ କରିଛନ୍ତି।

- Advertisement -

୨୪ ମାର୍ଚ୍ଚ ୨୦୨୦ ତାରିଖ ପର୍ଯ୍ୟନ୍ତ ତାଲିକାଭୁକ୍ତ ହୋଇଥିବା ରାସ୍ତା ପାର୍ଶ୍ବ ଉଠା ଦୋକନୀ (ଷ୍ଟ୍ରିଟ୍‍ ଭେଣ୍ଡର)ତାଲିକାକୁ ଏହି ଯୋଜନାରେ ସାମିଲ୍‍ ହେବା ପାଇଁ ରାଜ୍ୟ ସରକାର ଧାର୍ଯ୍ୟ କରିଛନ୍ତି। ମାତ୍ର ଏହି ଅବଧିକୁ ଜୁନ୍‍ ୧, ୨୦୨୦କୁ ବୃଦ୍ଧି କରିବା ପାଇଁ ଶ୍ରୀ ମହାନ୍ତି ଦାବୀ କରିଛନ୍ତି। ପ୍ରଧାନମନ୍ତ୍ରୀ ଆତ୍ମନିର୍ଭର ଭାରତ ଯୋଜନାରେ ଉଠା ଦୋକାନିମାନଙ୍କ ପାଇଁ ୧୦ ହଜାର ଟଙ୍କାର ବିନା ବନ୍ଧକରେ ଋଣର ବ୍ୟବସ୍ଥା କରିଛନ୍ତି। ୨୫ ତାରିଖରେ ପ୍ରଧାନମନ୍ତ୍ରୀ ଏହି ଯୋଜନାର ସମୀକ୍ଷା କରିଥିଲେ। ଦେଶର ୨ ଲକ୍ଷ ୬୦ ହଜାରରୁ ଊର୍ଦ୍ଧ୍ବ ଉଠା ଦୋକନୀ (ଷ୍ଟ୍ରିଟ୍‍ ଭେଣ୍ଡର) ୧୦ ହଜାର ଟଙ୍କା ପାଇଁ ଆବେଦନ କରିଛନ୍ତି। ୬୪ ହଜାର ଉଠା ଦୋକନୀ (ଷ୍ଟ୍ରିଟ୍‍ ଭେଣ୍ଡର)ଙ୍କୁ ଋଣ ଯୋଗାଇ ଦେବା ନେଇ ମଂଜୁରୀ ମିଳିଛି ଏବଂ ୫୬୦୦ ଜଣ ଉଠା ଦୋକନୀ (ଷ୍ଟ୍ରିଟ୍‍ ଭେଣ୍ଡର)ଙ୍କୁ ବ୍ୟାଙ୍କ ୧୦ ହଜାର ଲେଖାଏଁ ଦେଇ ସାରିଲାଣି।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories