www.samajalive.in
Monday, December 8, 2025
14.1 C
Bhubaneswar

ଓଡ଼ିଶାକୁ ନିରାଶା ; ସେମିଫାଇନାଲ ପଥରେ ବଙ୍ଗଳା

କଟକ : ୧୯ ବର୍ଷ ପରେ ୨ୟ ଥର ରଣଜୀ ଟ୍ରଫିର ସେମିଫାଇନାଲ ଖେଳିବାକୁ ଓଡ଼ିଶା ଦଳ ଯେଉଁ ସ୍ବପ୍ନ ଦେଖିଥିଲା; ତାହା ମଉଳିବାରେ ଲାଗିଛି। ଅନ୍ୟପକ୍ଷରେ ଭ୍ରମଣକାରୀ ବଙ୍ଗଳା ଦଳ ସେମିଫାଇନାଲ ଖେଳିବା ଦ୍ବାରରେ ପହଞ୍ଚି ଯାଇଛି। ୨ୟ ଇନିଂସରେ ବ୍ୟାଟ୍‌ସମ୍ୟାନ୍‌ଙ୍କ ଲଢ଼ୁଆ ପ୍ରଦର୍ଶନ ବଳରେ ବଙ୍ଗଳା ଏପରି ସ୍ଥିତିରେ ପହଞ୍ଚି ପାରିଛି। ଟାଙ୍ଗୀର ଡ୍ରିମ୍‌ସ ଗ୍ରାଉଣ୍ଡରେ ଚାଲିଥିବା ରଣଜୀ ଟ୍ରଫିର କ୍ବାର୍ଟରଫାଇନାଲର ୪ର୍ଥ ଦିନ ଶେଷ ସୁଦ୍ଧା ବଙ୍ଗଳା ମୋଟ ୪୪୩ ରନ୍ ଆଗରେ ରହିଛି ଏବଂ ଏବେ ମଧ୍ୟ ଏହା ହାତରେ ଆହୁରି ୩ଟି ୨ୟ ଇନିଂସ ୱିକେଟ ବାକିଅଛି। ଫଳରେ ମ୍ୟାଚ୍‌ର ଫଳାଫଳକୁ ବଙ୍ଗଳା ନିଜ ଅକ୍ତିଆରକୁ ନେଇପାରିଛି। ସୋମବାର ହେଉଛି ମ୍ୟାଚ୍‌ର ୫ମ ତଥା ଅନ୍ତିମ ଦିନ। ଏହି ମ୍ୟାଚ୍‌କୁ ଘରୋଇ ଓଡ଼ିଶା ଡ୍ର’ ରଖିପାରିଲେ ମଧ୍ୟ ପ୍ରଥମ ଇନିଂସରେ ଆଗୁଆ ଥିବା ଯୋଗୁଁ ପଡ଼ୋଶୀ ବଙ୍ଗଳା ଦଳ ସେମିଫାଇନାଲରେ ପହଞ୍ଚିବ। କେବଳ ମ୍ୟାଚ୍‌କୁ ଜିତିପାରିଲେ; ସେମିଫାଇନାଲରେ ଓଡ଼ିଶା ପହଞ୍ଚିପାରିବ। ରବିବାର ୪ର୍ଥ ଦିନରେ ବଙ୍ଗଳାର ବ୍ୟାଟ୍‌ସମ୍ୟାନ୍ ଲଢ଼ୁଆ ପ୍ରଦର୍ଶନ କରି ଓଡ଼ିଶାର ବିଜୟ ସମ୍ଭାବନାକୁ ପ୍ରାୟତଃ ଏଡ଼ାଇ ପାରିଛନ୍ତି।
ବଙ୍ଗଳାର ପ୍ରଥମ ଇନିଂସ ସ୍କୋର୍ ୩୩୨ ରନ୍‌ ଜବାବରେ ଓଡ଼ିଶା ପ୍ରଥମ ଇନିଂସ​‌େ​‌ର ୨୫୦ ରନ୍‌ରେ ଅଲ୍ଆଉଟ ହେବାରୁ ବଙ୍ଗଳା ପ୍ରଥମ ଇନିଂସରେ ୮୨ ରନ୍‌ ଆଗରେ ରହିଥିଲା। ପରେ ଓଡ଼ିଶା ପାଇଁ ଏକମାତ୍ର ରାସ୍ତା ଥିଲା ବଙ୍ଗଳାକୁ ୨ୟ ଇନିଂସରେ ଅଳ୍ପ ସ୍କୋର୍‌ରେ ଆଉଟକରି ବିଜୟୀ ହେବା। ତେବେ ଏହି ନିର୍ଜୀବ ପିଚ୍‌ରେ ବଙ୍ଗଳାର ବ୍ୟାଟ୍‌ସମ୍ୟାନ୍ ଓଡ଼ିଶାର ଏହି ଆଶାରେ ପାଣି ପୂରାଇ ପାରିଛନ୍ତି। ୪ର୍ଥ ଦିନ ଶେଷରେ ବଙ୍ଗଳା ୨ୟ ଇନିଂସରେ ୭ ୱିକେଟ ହରାଇ ୩୬୧ ରନ୍ କରିପାରିଛି। ଅଭିଷେକ ରମଣ, ଶ୍ରୀବତ୍ସ ଗୋସ୍ବାମୀ ଓ ଶାହ୍‌ବାଜ୍ ଅହମ୍ମଦଙ୍କ ଅର୍ଦ୍ଧଶତକ ବଳରେ ବଙ୍ଗଳା ଏହି ସ୍କୋର୍ କରିପାରିଛି। ଫଳରେ ୩ଟି ୱିକେଟ ହାତରେ ଥାଇ ବଙ୍ଗଳା ଏବେ ୪୪୩ ରନ୍ ଆଗରେ ରହିଛି। ୩ୟ ଦିନ ଶେଷସୁଦ୍ଧା ୨ୟ ଇନିଂସରେ ବଙ୍ଗଳା ୭୯ ରନ୍‌କରି ୨ଟି ୱିକେଟ ହରାଇଥିଲା। ୩ୟ ଦିନ ପ୍ରଥମ ଘଣ୍ଟାରେ ଓଡ଼ିଶାକୁ ବଡ଼ ସଫଳତା ମିଳିଥିଲା। ଆନ୍ତର୍ଜାତିକ କ୍ରିକେଟର ମନୋଜ ତିୱାରୀ ମାତ୍ର ୬ ରନ୍‌କରି ଆଉଟ ହୋଇଥିଲେ। ପ୍ରଥମ ଇନିଂସରେ ଶତକ ମାରିଥିବା ଅନୁଷ୍ଟୁପ ମଜୁମଦାର ୧୦ ରନ୍‌କରି ବିଦାୟ ନେଇଥିଲେ। ୧୧୫ ରନ୍‌ରେ ବଙ୍ଗଳାର ୪ଟି ୱିକେଟ ନେବା ପରେ ଓଡ଼ିଶା ମ୍ୟାଚ୍‌କୁ ଫେରିବା ପରି ଲାଗୁଥିଲା। ତେବେ ଯୁବ ବ୍ୟାଟ୍‌ସମ୍ୟାନ୍ ଅଭିଷେକ କୁମାର ରମଣ ଓ ଅଭିଜ୍ଞ ଶ୍ରୀବତ୍ସ ଗୋସ୍ବାମୀ ଓଡ଼ିଶାକୁ ନିରାଶ କରିଥିଲେ। ଦୁହେଁ ୫ମ ୱିକେଟ ପାଇଁ ୩୪ ଓଭର ବ୍ୟାଟିଂକରି ୧୦୨ ରନ୍‌ର ଭାଗୀଦାରି କରିଥିଲେ। ଅଭିଷେକ ରମଣ ୧୮୯ ବଲ୍‌ ଖେଳି ୮ଟି ଚୌକା ସହ ୬୭ ରନ୍ କରିଥିଲେ। ୨୭୩ ରନ୍ ସ୍କୋର୍‌ରେ ଶ୍ରୀବତ୍ସ ଗୋସ୍ବାମୀ ଆଉଟ ହୋଇଥିଲେ। ଏହି ବାମହାତି ଅର୍ଦ୍ଧଶତକ ହାସଲକରି ୧୩୪ ବଲ୍‌ରୁ ୧୧ଟି ଚୌକା ସହ ୭୮ ରନ୍‌ କରିଥିଲେ। ୭ମ ୱିକେଟ ପାଇଁ ଶାହ୍‌ବାଜ୍ ଅହମ୍ମଦ ଓ ଅର୍ଣ୍ଣବ ନନ୍ଦୀ ୭୮ ରନ୍ ଯୋଗକରିବା ଯୋଗୁଁ ବଙ୍ଗଳାର ଲିଡ୍‌ ୪ ଶହ ରନ୍ ଟପିଥିଲା। ନନ୍ଦୀ ଆକର୍ଷଣୀୟ ବ୍ୟାଟିଂକରି ୭୫ ବଲ୍‌ରୁ ଗୋଟିଏ ଛକା ଓ ୫ଟି ଚୌକା ସହ ୪୫ ରନ୍ କରିଥିଲେ। ପରେ ଆଉ ୱିକେଟ ପଡ଼ିନଥିଲା। କ୍ରମାଗତ ୨ୟ ଇନିଂସରେ ଅର୍ଦ୍ଧଶତକ ହାସଲ କରିଥିବା ବାମହାତି ଶାହ୍‌ବାଜ୍ ଅହମ୍ମଦ ୯୩ ବଲ୍‌ରୁ ଗୋଟିଏ ଛକା ଓ ୩ଟି ଚୌକା ସହ ୫୨ ରନ୍‌କରି ଅପରାଜିତ ଅଛନ୍ତି। ମୁକେଶ କୁମାର ୬ ରନ୍‌କରି ଖେଳୁଛନ୍ତି। ଏହି ମ୍ୟାଚ୍‌ରେ ଓଡ଼ିଶା କୌଣସି ସ୍ପିନରଙ୍କୁ ନ ଖେଳାଇବା ଏହା ପାଇଁ ମହଙ୍ଗା ପଡ଼ିଛି। ଦୁଇ କାମଚଳା ସ୍ପିନର ଗୋବିନ୍ଦ ପୋଦ୍ଦାର ୩ଟି ଓ ଅନୁରାଗ ଷଡ଼ଙ୍ଗୀ ୨ଟି ୱିକେଟ ନେଇଛନ୍ତି। ଦୁଇ ପେସ୍ ବୋଲର ସୂର୍ଯ୍ୟକାନ୍ତ ପ୍ରଧାନ ଓ ବସନ୍ତ ମହାନ୍ତି ୱିକେଟ ପାଇନାହାନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories