www.samajalive.in
Sunday, December 7, 2025
18.1 C
Bhubaneswar

ପ୍ରତିବର୍ଷ ଜୁଲାଇରେ ମିଳିବ ଭିନ୍ନକ୍ଷମ ବିବାହ ପ୍ରୋତ୍ସାହନ ରାଶି

ଭୁବନେଶ୍ବର: ଭିନ୍ନକ୍ଷମ ଓ ସାଧାରଣ ବ୍ୟକ୍ତିଙ୍କ ମଧ୍ୟରେ ବିବାହ ପାଇଁ ଉଦ୍ଦିଷ୍ଟ ପ୍ରୋତ୍ସାହନ ରାଶି ଆବଣ୍ଟନରେ ଅହେତୁକ ବିଳମ୍ବକୁ ନେଇ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ତାଗିଦ୍‌ ପରେ ଜିଲାସ୍ତରରେ ତତ୍ପରତା ପ୍ରକାଶ ପାଇଛି। ପଡ଼ିରହିଥିବା ଆବେଦନର ତର୍ଜମା ଆରମ୍ଭ ହୋଇଛି। ଏହି ଯୋଜନା ପାଇଁ ଉଦ୍ଦିଷ୍ଟ ମାର୍ଗଦର୍ଶିକାରେ ଆବଶ୍ୟକ ସଂଶୋଧନ ପାଇଁ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏହାଦ୍ବାରା ହିତାଧିକାରୀ ଶୀଘ୍ର ଓ ସହଜରେ ସେମାନଙ୍କ ପ୍ରାପ୍ୟ ପାଇପାରିବେ।

ଭବିଷ୍ୟତରେ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ଠିକ୍ ସମୟରେ ବିବାହ ପ୍ରୋତ୍ସାହନ ରାଶି ପ୍ରଦାନ ନିଶ୍ଚିତ କରିବା ଲାଗି ଏସ୍‌ଏସ୍‌ଇପିଡି ବିଭାଗ ପକ୍ଷରୁ ଗୁରୁବାର ଏକ ମାର୍ଗଦର୍ଶିକା ଜାରି କରାଯାଇଛି। ଏଥିରେ ଜିଲା ସାମାଜିକ ସୁରକ୍ଷା ଅଧିକାରୀଙ୍କୁ କୁହାଯାଇଛି ଯେ ପ୍ରତି ବର୍ଷ ଜୁଲାଇରେ ଯୋଗ୍ୟ ବିବେଚିତ ଦିବ୍ୟାଙ୍ଗ ଦମ୍ପତିଙ୍କୁ ବିବାହ ପ୍ରୋତ୍ସାହନ ରାଶି ବଣ୍ଟନ କରାଯିବ। ଏଥିପାଇଁ ତାରିଖ ଧାର୍ଯ୍ୟ କରି ଜଣାଇ ଦିଆଯିବ। ଯଦି କୌଣସି ଆବେଦନ ଗୋଟିଏ ବର୍ଷରୁ ଅଧିକ ସମୟ ଧରି ପଡ଼ି ରହେ, ତାହେଲେ ଜିଲାପାଳଙ୍କଠାରୁ ତା’ର କାରଣ ଲିଖିତ ଭାବେ ଆଣିବାକୁ ହେବ। ଯଦି ବିବାହ ପରେ ଦମ୍ପତିଙ୍କ ମଧ୍ୟରୁ କାହାର ମୃତ୍ୟୁ ହୋଇଥାଏ ତାହେଲେ ସ୍ବତନ୍ତ୍ର ସଷ୍ଟୀକରଣ ଦାଖଲ କରିବାକୁ ହେବ। ଅସ୍ଥାୟୀ ଭାବେ ଅକ୍ଷମ ଥିବା ବ୍ୟକ୍ତିଙ୍କୁ ଯୋଗ୍ୟ ଭିନ୍ନକ୍ଷମଙ୍କ ଭଳି ସୁବିଧା ପ୍ରଦାନ କରାଯାଇ ପାରିବ ନାହିଁ। କେବଳ ସରକାରଙ୍କ ଦ୍ବାରା ସ୍ଥିରୀକୃତ ମାନକ ଅନୁସାରେ ଭିନ୍ନକ୍ଷମ ଘୋଷିତ ବ୍ୟକ୍ତି ଏହି ଯୋଜନାରୁ ଉପକୃତ ହୋଇପାରିବେ। ଏହି ଯୋଜନାର ପ୍ରଚାର ପ୍ରସାର ପାଇଁ ବିହିତ ପଦକ୍ଷେପ ନେବା ପାଇଁ ସମସ୍ତ ଜିଲା ଅଧିକାରୀଙ୍କୁ କୁହାଯାଇଛି।
ସୂଚନାଯୋଗ୍ୟ ଯେ ବର୍ଷ ବର୍ଷ ଧରି ଭିନ୍ନକ୍ଷମ ଦମ୍ପତିଙ୍କ ଆବେଦନ ଜିଲାସ୍ତରରେ ପଡ଼ି ରହିଥିବା ବିଭାଗୀୟ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଜାଣିବାକୁ ପାଇବା ପରେ ତନାଘନା ଆରମ୍ଭ ହୋଇଥିଲା। ଗୋଟିଏ ସପ୍ତାହ ଭିତରେ ସବୁ ବକେୟା ଆବେଦନର ଫଇସଲା ପାଇଁ ମନ୍ତ୍ରୀ ନିର୍ଦେଶ ଦେଇଥିଲେ। ଏହାପରେ ବୁଧବାର ବିଭାଗର ନିର୍ଦେଶିକାଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଭବିଷ୍ୟତରେ ଏହାକୁ ତ୍ରୁଟିଶୂନ୍ୟ କରିବା ପାଇଁ ଏକାଧିକ ନିଷ୍ପତ୍ତି ନିଆଯାଇଥିଲା।

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories