www.samajalive.in
Sunday, December 7, 2025
14.1 C
Bhubaneswar

ଛାତ୍ରଙ୍କ ଗୋଡରେ ପଶିଗଲା ଲୁହା ଗେଟ୍ ଛଡ, ୧ ଘଣ୍ଟା ଧରି ଝୁଲିକି ରହିଲେ

ଗୁଣୁପୁର : ଆଶ୍ରମ ବିଦ୍ୟାଳୟରେ ଅଘଟଣ ଦେଖିବାକୁ ମିଳିଛି । ଜଣେ ତୃତୀୟ ଶ୍ରେଣୀ ଛାତ୍ରଙ୍କ ଗୋଡରେ ଲୁହା ଗେଟର ରଡ୍ ପଶିଯାଇଥିଲା ଏବଂ ସେହି ଅବସ୍ଥାରେ ସେ ପ୍ରାୟ ୧ ଘଣ୍ଟା ଧରି ଝୁଲି ରହିଥିବା ଦେଖିବାକୁ ମିଳିଥିଲା ।  ରାୟଗଡା ଜିଲ୍ଲା ଗୁଣୁପୁର ପୈାରପରିଷଦ ଅନ୍ତର୍ଗତ ପୁରୁଣା ଗୁଣପୁର ଆଶ୍ରମ ସ୍କୁଲରେ ଆଜି ଦେଖିବାକୁ ମିଳିଥିଲା ଏମିତି ଦୃଶ୍ୟ । ତୃତୀୟ ଶ୍ରେଣୀରେ ପଢୁଥିବା ଛାତ୍ର ଗିରିଧର ଶବର ସ୍କୁଲକୁ ଗଣେଶ ପୂଜାକୁ ଆସି ଲାଟିନ୍ ଛାତରେ ଚଢି ଲୁହା ଗେଟକୁ ଖସି ପଡିଥିଲେ । ଲୁହା ଗେଟର ଛଡ ଗିରିଧରର ବାମ ଜଙ୍ଘରେ ପଶିଯାଇଥିଲା । ପ୍ରାୟ ଘଣ୍ଟାଏ ଧରି ସେ ଏମିତି ଅଟକି ରହିଥିଲେ । ଗୁଣୁପୁର ଡାକ୍ତରଖାନା ଟିମ୍ ଓ ଅଗ୍ନିଶମ ଟିମ୍ ଉଦ୍ଧାର କାର୍ଯ୍ୟରେ ଲାଗିବା ପରେ ଗିରିଧର ଉଦ୍ଧାର ହୋଇଥିଲେ । ତାଙ୍କୁ ଉଦ୍ଧାର କରି ଗୁଣୁପୁର ଉପଖଣ୍ଡସ୍ତରୀୟ ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଅଗ୍ନିଶମ ବାହିନୀ ନେଇଥିଲା । ତାଙ୍କର ଏବେ ଚିକିତ୍ସା ଚାଲିଥିବା ବିଦ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories