www.samajalive.in
Tuesday, December 9, 2025
16.1 C
Bhubaneswar

ପୁଲିସ ପେଟ୍ରୋଲିଂ ଗାଡି ଉପରକୁ ପଥର ମାଡ, ଜଣେ ଗିରଫ

କଳାପଥର : ବାଙ୍କୀ ବୈଦ୍ୟେଶ୍ୱର ଥାନା ପେଟ୍ରୋଲିଙ୍ଗ ଗାଡିକୁ ପଥର ମାଡ ହୋଇଛି । ଘଟଣାରେ ସଂପୃକ୍ତ ଯୁବକଙ୍କୁ ଗିରଫ କରି ବାଙ୍କୀ କୋର୍ଟ ଚାଲାଣ କରିଛି ପୋଲିସ । ଉକ୍ତ ଯୁବକଙ୍କ ନାମ ଜନାର୍ଦ୍ଦନ ସାହୁ । କାଳିପୋଇ ପଂଚାୟତର ଚଢେଇବନ୍ଧରେ ତାଙ୍କ ଘରେ ବୋଲି ଆଇଆଇସି ସଞ୍ଜୟ କୁମାର ଜେନା ସୂଚନା ଦେଇଛନ୍ତି । ସୂଚନା ଥାଉକି କାଳିପୋଇ ପଂଚାୟତ ଚଡ଼େଇବନ୍ଧ ଗ୍ରାମରେ ଗତ କାଲି ବିଳମ୍ବିତ ରାତ୍ରିରେ ଡ୍ରାମା ଚାଲିଥିଲା । ଡ୍ରାମାକୁ ଦୃଷ୍ଟିରେ ରଖି ପୋଲିସ ପେଟ୍ରୋଲିଙ୍ଗ କରାଯାଇଥିଲା । ହଠାତ ଜଣେ ଯୁବକ ପୋଲିସ ଭ୍ୟାନ ଗାଡି ଉପରକୁ ପଥର ମାରିଥିଲା । ଏଥିରେ ପୋଲିସ ଭ୍ୟାନର ପଛ ପାର୍ଶ୍ଵ କାଚ ଭାଙ୍ଗି ଯାଇଥିଲା ।

ଚଡ଼େଇବନ୍ଧ ଗାଁରେ ସବୁବେଳେ ରାଜନୈତିକ ଦଳକୁ ନେଇ ଉତ୍ତେଜନା ଦେଖାଦେଇଥାଏ ।  ଥାନାରୁ ଗ୍ରାମବାସୀ ସ୍ୱୀକୃତି ନନେଇ ନାଟକ ପରିବେଷଣ କରୁଥିଲେ ଯାହାକି ଆଇନ ବିରୁଦ୍ଧ ଅଟେ । ଆଜି ଅପରାହ୍ନରେ ୫୦ରୁ ଉର୍ଦ୍ଧ୍ବ ଗ୍ରାମବାସୀ ଥାନାରେ ପହଁଚି ଗିରଫ ଜନାର୍ଦ୍ଧନ ସାହୁ(ପିତା ବ୍ୟାଙ୍କନିଧି ସାହୁ)ଙ୍କ ସପକ୍ଷରେ ସଫେଇ ଦେବାକୁ ପହଁଞ୍ଚିଥିଲେ । ଗ୍ରାମବାସୀ ତରଫରୁ ମେଳିହୋଇ ଜନାର୍ଦ୍ଧନ ଭଲ ପିଲା ହୋଇଥିବା ସଫେଇ ଦେଉଥିବା ବେଳେ ଭ୍ୟାନ ଉପରକୁ ପଥର ମାଡ଼ ଘଟଣାର ସତ୍ୟତା ମାନିଥିବା ଯୁବକଙ୍କୁ 95/25 ଧାରାରେ ଗିରଫ କରାଯାଇଥିବା ଜଣାପଡିଛି ।

Hot this week

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

ଟଙ୍କାର ବିନିମୟ ମୂଲ୍ୟ ଆଉ ୧୬ ପଇସା କମିଲା

ନୂଆଦିଲ୍ଲୀ, ୮ା୧୨: ସୋମବାର ଆମେରିକୀୟ ଡଲାର ତୁଳନାରେ ଟଙ୍କା ୧୬ ପଇସା...

Related Articles

Popular Categories