www.samajalive.in
Sunday, December 7, 2025
18.1 C
Bhubaneswar

ଧାମରା- ଜାମୁଝାଡି ରାସ୍ତା ପ୍ରଶସ୍ତିକରଣ ପାଇଁ କ୍ଷେତ୍ରୀୟ ତଦନ୍ତ

ବାସୁଦେବପୁର : ଜାମୁଝାଡିଠାରୁ ଧାମରା ପର୍ଯ୍ୟନ୍ତ ରାସ୍ତାର ପ୍ରଶସ୍ଥିକରଣ ପାଇଁ ଆଜି କ୍ଷେତ୍ରୀୟ ତଦନ୍ତରେ ପହଞ୍ଚିଛନ୍ତି ବିଭାଗୀୟ ଅଧିକାରୀ । ଏହି କ୍ରମରେ ବାସୁଦେବପୁର ସହରର ବାଞ୍ଛାନିଧୀ ଗୋଲେଇଠାରେ ବିଧାୟକ ଅଶୋକ ଦାସଙ୍କ ସହିତ ଆର ଆଣ୍ଡ ବିର ସୁପରିଟେଣ୍ଡେଣ୍ଟ ଦେବୀପ୍ରସନ୍ନ ଘୋଷ, କନିଷ୍ଠଯନ୍ତୀ ମଧୁସ୍ମିତା ଘୋଷ, ବାସୁଦେବପୁର ଉପଖଣ୍ଡ ବିଦ୍ୟୁତ ଅଧିକରୀ ରାକେଶ ଦାସ ପ୍ରମୁଖ କ୍ଷେତ୍ରୀୟ ତଦନ୍ତରେ ପହଞ୍ଚିଥିବା ଦେଖିବାକୁ ମିଳିଛି । ଏଠାରେ ସୂଚନା ଦିଆଯାଇପାରେ ଚଳିତ ମାସ ପଚିଶ ତାରିଖରେ ବାସୁଦେବପୁର ପ୍ରେସ କ୍ଲବ ସମ୍ମୁଖରେ ଧାମରା -ଜାମୁଝାଡି ରାସ୍ତା ପ୍ରଶସ୍ତିକରଣ , ଏହି ରାସ୍ତାରେ ତିନିଗୋଟି ବାଇପାସ ରାସ୍ତା ନିର୍ମାଣ ଓ ଧାମରା ବନ୍ଦରରେ ଶିକ୍ଷିତ ବେକାରମାନଙ୍କୁ ନିଯୁକ୍ତି ଦାବିରେ ବିଧାୟକଙ୍କ ସମେତ ବାସୁଦେବପୁରବାସୀଙ୍କ ଅହୋରାତ୍ର ଧାରଣା ଦେବା ପରେ ଜିଲ୍ଲା ପ୍ରଶାସନର ହସ୍ତକ୍ଷେପ ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା ।

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories