www.samajalive.in
Monday, December 8, 2025
14.1 C
Bhubaneswar

ରାଜ୍ୟସ୍ତରୀୟ ଶିଶୁ ଗଳ୍ପ କର୍ମଶାଳାରେ ବିଷୟ ଭିତ୍ତିକ ମାର୍ଗ ଦର୍ଶକ ଭାବେ ଯୋଗଦାନ 

ପାଟଣା : ରାଜ୍ୟ ସ୍ତରୀୟ ଶିଶୁ ଗଳ୍ପ କର୍ମ ଶାଳାରେ ବିଷୟ ଭିତ୍ତିକ ମାର୍ଗ ଦର୍ଶକ ରୂପେ ଓଡ଼ିଶା ସାହିତ୍ୟ ସଂସ୍କୃତି ସମ୍ମେଳନର ସାଧାରଣ ସଂପାଦକ ତଥା କାଦଡିହା ରଘୁନାଥ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଭାଗବତ ଲେଙ୍କା ଯୋଗ ଦାନ କରି ଶିଶୁ ଗଳ୍ପ କର୍ମ ଶାଳାରେ ଶିଶୁ ସାହିତ୍ୟ ଲେଖକ ଓ ଶିଶୁ କିଶୋର ମାନଙ୍କୁ ଲେଖିବା ର କଳା କୈଶଳ ଶିକ୍ଷା ଦେଇଛନ୍ତି। ମୟୂରଭଞ୍ଜ ଜିଲ୍ଲା ବଡ଼ ସାହି ବ୍ଲକ ଅନ୍ତର୍ଗତ ବିବେକାନନ୍ଦ ଶିକ୍ଷା କେନ୍ଦ୍ରରେ ଅନୁଷ୍ଠିତ ଏହି ଦୁଇ ଦିନିଆ କର୍ମଶାଳା ୭ ତାରିଖ ଠାରୁ ଆରମ୍ଭ ହୋଇ ୮ ତାରିଖ ପର୍ଯ୍ୟନ୍ତ ଚାଲିଥିବା ସମାବେଶରେ ଓଡିଶାର ଅନେକ ଜିଲ୍ଲା ରୁ ଶିଶୁ ସାହିତ୍ୟିକ ଓ ଶିଶୁ କିଶୋର ଲେଖକ ଯୋଗଦାନ କରିଥିଲେ । ରାଷ୍ଟ୍ର ଭାଷା ସାହିତ୍ୟ ସଂସ୍କୃତି ଏକାଡେମୀ ଓଡ଼ିଶା ଓ ଆମ ସୁନା ଚାନ୍ଦ ଜାତୀୟ ଶିଶୁ ସାହିତ୍ୟ ସଂସ୍ଥାନ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମ ରେ ୧୬୦ ଜଣ ଶିଶୁ କିଶୋର ଯୋଗ ଦାନ କରି ଓଡିଆ ଶିଶୁ ସାହିତ୍ୟର ଗପ ଲେଖିବାର କଳା କୈଶଳ ଶିକ୍ଷା ଲାଭ କରିଥିଲେ । ମାର୍ଗ ଦର୍ଶକ ଡକ୍ଟର ଭାଗବତ ଲେଙ୍କା ଦର୍ଶାଇଥିଲେ ଯେ ଶିଶୁ ସାହିତ୍ୟ ଦୁର୍ବଳ ହୋଇଗଲେ ସମାଜ ଦିଗହରା ହୋଇଯିବ । ତେଣୁ ପ୍ରତ୍ୟେକ ଲେଖକଙ୍କ ଜୀବନର ପ୍ରଥମ ସୋପାନ ହେଉଛି ଶିଶୁ ସାହିତ୍ୟ ସୃଷ୍ଟିରୁ ।

ଶିଶୁ ସାହିତ୍ୟ ସୃଷ୍ଟି କଲା ବେଳେ ସଂକ୍ଷିପ୍ତ କଳେବର , ମଧୁର ସରଳ ଭାଷାର ପ୍ରୟୋଗ , ବିଷୟ ବସ୍ତୁର ନୂତନତା , ଶୃଙ୍ଖଳା ରକ୍ଷା ଭାଵନା , ସାମାଜିକ ଦାୟିତ୍ୱବୋଧ ଓ ଲେଖକ କୀୟ ବାର୍ତ୍ତା ନିହାତି ଆବଶ୍ୟକ ବୋଲି ଡ଼ଃ ଭାଗବତ ଲେଙ୍କା ଦର୍ଶାଇ ଥିଲେ । ଗଳ୍ପ , ପ୍ରବନ୍ଧ, ଉପନ୍ୟାସ ମନୋରଞ୍ଜନ ପାଇଁ ନୁହେଁ । ଏହା ସମ୍ପୁର୍ଣ୍ଣ ଭାବେ ପିଲାଙ୍କୁ ନୈତିକ ଶିକ୍ଷା , ସାମାଜିକ ଦାୟିତ୍ୱବୋଧ ପାଇଁ ପ୍ରେରଣା ‌ପ୍ରଦାନ , ଇତିହାସ ଓ ପୁରାଣ ଚରିତ୍ରରେ ଅନୁପ୍ରାଣିତ ହୋଇ ଶିକ୍ଷା ଲାଭ କରିବା ହେଉଛି ମୂଳ ଲକ୍ଷ୍ୟ । ମାର୍ଗ ଦର୍ଶକ ଡକ୍ଟର ଭାଗବତ ଲେଙ୍କା ପିଲାଙ୍କୁ ନଚିକେତାର ଶ୍ରଦ୍ଧା , ପ୍ରହଲ୍ଲାଦର ଭକ୍ତି ,ଭରତର ସାହସ , ଏକଲବ୍ୟର ଗୁରୁ ଭକ୍ତି , ସିଦ୍ଧାର୍ଥର ଦୟା ଭାବ ଓ ଧର୍ମ ପଦର ସ୍ବଜାତି ପ୍ରୀତିକୁ ନେଇ ଶିଶୁ ସାହିତ୍ୟ କେମିତି ଆଦର୍ଶ ଗଳ୍ପ ଲେଖା ଯାଇ ପାରିବ ତାହା ଦର୍ଶାଇ ଥିଲେ । ପରେ ପରେ ଅନୁଷ୍ଠାନ ପକ୍ଷରୁ ଡକ୍ଟର ଭାଗବତ ଲେଙ୍କାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସମାବେଶରେରେ ବେତନଟୀ କଲେଜର ପୂର୍ବତନ ଅଧ୍ୟକ୍ଷ ଡକ୍ଟର ରମାକାନ୍ତ ସିଂ ,ଭୁବନ ମୋହନ ମହାନ୍ତି , ବିରଜା ଦେବୀ , ଡକ୍ଟର ସୁରେନ୍ଦ୍ର ନାଥ ତ୍ରିପାଠୀ , ଉଦଳା ବିଜ୍ଞାନ ପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷା ପ୍ରମିଳା ପଣ୍ଡା , ଡକ୍ଟର କୁମାର ବାବୁଲି ପୁହାଣ ସୂର୍ଯ୍ୟ କାନ୍ତି ରାଉତ ପ୍ରମୁଖ ଉପସ୍ଥିତ ରହିଥିଲେ ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories