www.samajalive.in
Sunday, December 7, 2025
14.1 C
Bhubaneswar

ଭୁବନେଶ୍ୱରରେ ମିତସୁବିଶି ଇଲେକ୍ଟ୍ରିକ ଇଣ୍ଡିଆର ଏକ୍ସକ୍ଲୁସିଭ ଶୋରୁମ ଉଦଘାଟିତ

ଭୁବନେଶ୍ୱର : ବିଶ୍ୱର ପ୍ରମୁଖ ଏୟାର କଣ୍ଡିସନର ଉତ୍ପାଦକ ମିତସୁବିଶି ଇଲେକ୍ଟ୍ରିକ୍‌ ଏବେ ଭୁବନେଶ୍ୱରରେ ନିଜର ଏକ୍ସକ୍ଲୁସିଭ୍ ଶୋରୁମ “କୁଲିଂ ପ୍ଲାନେଟ’ର ଶୁଭାରମ୍ଭ କରିଛି। ଚନ୍ଦ୍ରଶେଖରପୁରରେ ଏହି ନୂଆ ଶୋ-ରୁମ୍ ଗ୍ରାହକଙ୍କ ପାଇଁ ଖୋଲିଯାଇଛି । ମିତସୁବିଶି ଇଲେକ୍ଟ୍ରିକ୍ ଇଣ୍ଡିଆ ପୂର୍ବ ଭାରତ ମୁଖ୍ୟ ମନୀଷ ଚୌଧୁରୀ ଏବଂ ଏଲଇ ଡିଭିଜନ ବ୍ୟବସାୟ ପରିଚାଳନା ମୁଖ୍ୟ ନାଓହିକୋ ହୋସୋକାୱା ମିଳିତ ଭାବେ ଏହି ଶୋରୁମର ଉଦଘାଟନ କରିଛନ୍ତି।

ଏହି ଅବସରରେ ହୋସୋକାୱା କହିଥିଲେ ଯେ ମିତସୁବିଶି ଇଲେକ୍ଟ୍ରିକ୍ ଏହାର ଉତ୍କୃଷ୍ଟ ଗୁଣବତ୍ତା ଏବଂ ପ୍ରମୁଖ ସହରଗୁଡ଼ିକରେ ବ୍ୟାପକ ଉପସ୍ଥିତି ପାଇଁ ବିଶ୍ୱ ସ୍ତରରେ ପ୍ରସିଦ୍ଧ। ଭୁବନେଶ୍ୱରରେ ମଧ୍ୟ ଏଣିକି କମ୍ପାନୀର ବିଶ୍ବସ୍ତରୀୟ ଉତ୍ପାଦ ମିଳିବ, ଯାହାକୁ ନେଇ ଆମେ ଆନନ୍ଦିତ ବୋଲି ସେ କହିଥିଲେ । କେବଳ ବିକ୍ରି ନୁହେଁ, ବିକ୍ରି ପରେ ସର୍ବୋତ୍ତମ ସେବା ମଧ୍ୟ ଯୋଗାଇ ଦେବା ଉଦ୍ଦେଶ୍ୟରେ ଭୁବନେଶ୍ବରରେ ଏହାର ୨ଟି ସର୍ଭିସ୍ ସେଣ୍ଟର ମଧ୍ୟ ଆରମ୍ଭ ହୋଇଛି । ଏହି ଶୋରୁମରେ ୱିଣ୍ଡୋ ଏ.ସି., ସ୍ପ୍ଲିଟ୍ ଏ.ସି. ଏବଂ ଅନ୍ୟାନ୍ୟ ମିତସୁବିଶି ପ୍ରଡକ୍ଟ ଗୁଡିକର ସମ୍ପୂର୍ଣ୍ଣ ରେଞ୍ଜ ଦେଖିବାକୁ ମିଳିବ। ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଓଡିଶା ଅପରେସନ ହେଡ ଅମିର ହସନ ମଧ୍ୟ ଉପସ୍ଥିତ ଥିଲେ।

ରଜରେ ୟୁଜି ଓ ପିଜି ନାମଲେଖା

- Advertisement -

Hot this week

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

Related Articles

Popular Categories