www.samajalive.in
Tuesday, December 9, 2025
19.1 C
Bhubaneswar

୪ ବର୍ଷ ହେବ ଭତ୍ତା ପାଇବାରୁ ବଞ୍ଚିତ ୮୫ ବର୍ଷୀୟ ଲିଙ୍ଗରାଜ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଲୁଇସିଂ ପଂଚାୟତ ଅନ୍ତର୍ଗତ ମାଳାକେରୀ ଗ୍ରାମର ୮୫ ବର୍ଷୀୟ ବୃଦ୍ଧ ଲିଙ୍ଗରାଜ ସାହୁ ୪ ବର୍ଷ ହେବ ବାର୍ଦ୍ଧକ୍ୟ ଭତ୍ତା ପାଇବାରୁ ବଞ୍ଚିତ ଥିବା ଅଭିଯୋଗ ହୋଇଛି । ଏହା ପୂର୍ବରୁ ସେ ପ୍ରତିମାସରେ ସମାନ ସମୟରେ ପେନସନ ପାଇଆସୁଥିବା ବେଳେ ହିତାଧିକାରୀଙ୍କ ପାସବହିକୁ ସିଧା ସଳଖ ଟଙ୍କା ଛଡାଯିବାର ପ୍ରକ୍ରିୟା ଆରମ୍ଭ ହେବା ପର ଠାରୁ ସେ ଭତ୍ତା ପାଇବାରୁ ବଞ୍ଚିତ ରହୁଥିବା ଅଭିଯୋଗ କରିଛନ୍ତି । ଏନେଇ ବୃଦ୍ଧ ଜଣକ ନିଜ ପଂଚାୟତର ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ସରପଞ୍ଚଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କିଛି ବି ସୁଫଳ ନମିଳିବାରୁ ଶେଷରେ ବ୍ଲକକୁ ଯାଇ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ଗୋଷ୍ଠୀ ସାମାଜିକ ଅଧିକାରୀଙ୍କୁ ମଧ୍ୟ ଅନେକ ଥର ଅଭିଯୋଗ କରିଥିବା ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି । ବିଭାଗୀୟ ଅଧିକାରୀମାନେ ପ୍ରତିମାସରେ ଲିଙ୍ଗରାଜଙ୍କ ଖାତାକୁ ଟଙ୍କା ଛଡା ଯାଉଥିବା କହୁଥିବାବେଳେ ଖାତାକୁ ଛଡା ଯାଉଥିବା ଟଙ୍କା ଖାତାରେ ନପହଂଚି ଅନ୍ୟ କୁଆଡେ ଯାଉଛି ତାହା ଏବେ ପ୍ରଶ୍ନବାଚୀ ? ତେଣୁ ପ୍ରଶାସନ ଏହାର ଉଚିତ ତଦନ୍ତ କରିବା ସହିତ ଲିଙ୍ଗରାଜଙ୍କୁ ହାତରେ ଟଙ୍କା ପ୍ରଦାନ କଲେ ସେ ଉପକୃତ ହୁଅନ୍ତେ ବୋଲି ସ୍ଥାନୀୟ ଲୋକ ଓ ବୁଦ୍ଧିଜୀବୀ ମାନେ ଦାବି କରିଛନ୍ତି ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ୧୦୧ ରନ୍‌ରେ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories