କଣ୍ଟାବାଞ୍ଜି : ଟିଆରପି ପଛରେ ନପଡି ଲୋକଙ୍କ ପାଇଁ ଖବର କରିବା କଥା ବୋଲି କଣ୍ଟାବାଞ୍ଜି ପ୍ରେସ କ୍ଲବ ପଞ୍ଚମ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସରକାରଙ୍କ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ ନିଜ ଅଭିଭାଷଣରେ କହିଥିଲେ। ସମ୍ମାନିତ ଅତିଥି ଭାବେ ବିଧାୟକ ଲକ୍ଷ୍ମଣ ବାଗ, ମୁଖ୍ୟ ବକ୍ତା ଭାବେ ଶିକ୍ଷାବିତ ସତ୍ୟବ୍ରତ ମିଶ୍ର, ପ୍ରେସ କ୍ଲବ ସଭାପତି ପ୍ରଭାଜିତ ସିଂ ସାଲୁଜା, ସମ୍ପାଦକ ସୁରଦାସ ବାଗ, କୋଷାଧ୍ୟକ୍ଷ କମଳ ଜିତ୍ ସିଂ ମାଖିଜା ପ୍ରମୁଖ ମଞ୍ଚାସିନ ଥିଲେ। ମଞ୍ଚ ପରିଚାଳନା ଉପ ସଭାପତି ମନୋଜ ଶର୍ମା କରିଥିବା ବେଳେ ବାର୍ଷିକ ବିବରଣୀ ପାଠ ସମ୍ପାଦକ ସୁରୁଦାସ ବାଗ କରିଥିଲେ। କଣ୍ଟାବାଞ୍ଜି ପ୍ରେସ କ୍ଲବ ସାମ୍ୱାଦିକ ମାନଙ୍କୁ ନେଇ କାମ କରୁଥିବା ବେଳେ ସବୁ ସମୟରେ ଜନମଙ୍ଗଲ କାମ ନିଜ ହାତକୁ ନେଇ ପ୍ରଶଂସିତ ହୋଇ ଆସୁଛି। ତେବେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ଯୋଗୁଁ ଡାକ୍ତର ଆୟୁସ ଜୈନ, ଡୋଲେଶ୍ୱରି ନାଗ, ସୁମନ ନାଏକ, ସନ୍ତୋଷ ନାଗ, କ୍ରିଶୁ ସାଲୁଜା, ନେହା ଜୈନ, କଣ୍ଟାବାଞ୍ଜି ଗୋ ସେବା ସଂଘ, ସାମ୍ୱାଦିକ ଘଟେଶ୍ୱର ମିଶ୍ର, ଖରିଆର ରୋଡର ରାକେଶ ଜୈନ, ନାରାୟଣ ଏମଏମଆଇ ହସ୍ପିଟାଲ, ୟୁବା ମଞ୍ଚ ବିକାଶ ଶାଖା , ଟିଟିଲାଗଡ ଏସସିଡି ଚକ୍ଷୁ ହସ୍ପିଟାଲ, ଅଗ୍ରୱାଲ ସଭା ଟ୍ରଷ୍ଟ, ସ୍ବେଚ୍ଛାସେବୀ ଆଶିଷ ଅଗ୍ରୱାଲ, କଣ୍ଟାବାଞ୍ଜି ବ୍ଲଡ ବ୍ୟାଙ୍କ, କଣ୍ଟାବାଞ୍ଜି ସାମ୍ୱାଦିକ ସଂଘ, ମୁରିବାହାଲ ସାମ୍ୱାଦିକ ସଂଘ, ବଙ୍ଗୋମୁଣ୍ଡା ସାମ୍ୱାଦିକ ସଂଘ, ୱେବ ମିଡ଼ିଆ ସଂଘ, ବିଶିଷ୍ଠ ସାମ୍ୱାଦିକ ସଦାଶିବ ସରାଫ , ସେଣ୍ଟ ଜାଭିୟର୍ସ ହାଇସ୍କୁଲକୁ ସମ୍ବର୍ଦ୍ଧିତ କରାଯାଇଥିଲା । ସମ୍ବର୍ଦ୍ଧନା କାର୍ଯ୍ୟକ୍ରମକୁ କ୍ଲବର ବରିଷ୍ଠ ସଦସ୍ୟ ଆଶିଷ ଖେତାନ ପରିଚାଳନା କରିଥିଲେ ଏବଂ ଅତିଥି ମାନଙ୍କ ଦ୍ବାରା ପ୍ରେସ କ୍ଲବର ବିଗତ ବର୍ଷ ମାନଙ୍କରେ କରାଯାଇଥିବା ବିଭିନ୍ନ ଜନ ମଙ୍ଗଳ କାର୍ଯ୍ୟର ସ୍ମରଣିକା ଉନ୍ମୋଚନ କରାଯାଇଥିଲା। ପ୍ରେସ କ୍ଲବ୍ ଉପ ସଭାପତି ସୁଶାନ୍ତ ବେହେରା, ସୁବ୍ରତ ମହାକୁର, ସହ ସମ୍ପାଦକ ଅନିଲ ତ୍ରୀପାଠୀ, ବିଶିକେଶନ ମାଝି, କାର୍ଯ୍ୟକାରୀ ସଦସ୍ୟ , ଅଙ୍କୁର ଅଗ୍ରୱାଲ, ଜଗମୋହନ ତାଣ୍ଡି , ଗଣେଶ ଦାସ, ଦେବେଶ ସିଂଘଲ୍, କମଳ ଅଗ୍ରୱାଲ, ଅମିତ୍ ଶର୍ମା, ଦୀପକ ପାଣିଗ୍ରାହୀ, ଦିନେଶ ଜୈନ,ଶ୍ରୀବତ୍ସ ବେହେରା,କେଦାର ବଡ଼ଜେନା, ଅମରେଶ ମାଝୀ, ସୁଦାମ ଚରଣ ବଘାର, ପ୍ରଫୁଲ୍ଲ ବଘାର,ଲଷ୍ମୀକାନ୍ତ ଧରୁଆ,ଆଇନ ପରାମର୍ଶ ଦାତା ବିବେକ ଶର୍ମା ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିବାବେଳେ କ୍ଲବର ଉପ ସଭାପତି ଅନିଲ ତ୍ରିପାଠୀ ଧନ୍ଯବାଦ ଅର୍ପଣ କରିଥିଲେ।
Popular Categories



