ସମାଜ ଡିଜିଟାଲ ଡେସ୍କ: ଭାରତରେ ଅନେକ ମନ୍ଦିର ରହିଛି। ସେଥିମଧ୍ୟରୁ ଏପରି କେତେକ ମନ୍ଦିର ରହିଛି ଯାହାର ସ୍ବତନ୍ତ୍ର ରୀତିନୀତି ରହିଛି। ସେହିଭଳି ଏକ ମନ୍ଦିର ରହିଛି ଉଜ୍ଜୟିନୀଠାରୁ ପ୍ରାୟ ୪୫ କିଲୋମିଟର ଦୂର ମହଦିପୁର ଓ ଉହ୍ନେଲ ମଧ୍ୟରେ ଥିବା ସଡକ କଡ଼ରେ ରହିଛି। ଏଠାରେ ପୂଜାର୍ଚ୍ଚନା କରିବାକୁ ଆସୁଥିବା ଶ୍ରଦ୍ଧାଳୁ ନିଜ ମନସ୍କାମନା ପୂରଣ ହେଲେ ମନ୍ଦିରକୁ ଘଣ୍ଟା ଭେଟି ଭାବେ ପ୍ରଦାନ କରିଥାନ୍ତି। ଏହି ମନ୍ଦିରରେ ପୂଜାର୍ଚ୍ଚନା କରିବା ଫଳରେ ଶ୍ରଦ୍ଧାଳୁଙ୍କ ଭାଗ୍ୟ ବଦଳି ଯାଇଥାଏ ବୋଲି ବିଶ୍ବାସ ରହିଛି। ଘଡ଼ି ୱାଲେ ବାବା ନାମରେ ଏହି ମନ୍ଦିର ପ୍ରସିଦ୍ଧ। ଗତ କିଛିବର୍ଷ ମଧ୍ୟରେ ଏହି ମନ୍ଦିର ଏତେ ଲୋକପ୍ରିୟ ହୋଇଯାଇଛି ଯେ ମନ୍ଦିର ପରିସରରେ ଘଣ୍ଟା ରଖିବାକୁ ଆଉ ଜାଗା ନାହିଁ। ମନ୍ଦିରରେ ଜାଗା ଅଭାବ ପଡ଼ିବାରୁ ଶ୍ରଦ୍ଧାଳୁ ନିକଟରେ ଥିବା ଗଛରେ ଘଣ୍ଟା ବାନ୍ଧିଥିଲେ। ତେବେ ଗଛରେ ମଧ୍ୟ ଆଉ ଜାଗା ନ ମିଳିବାରୁ ଶ୍ରଦ୍ଧାଳୁ ଆଖପାଖ ଅଞ୍ଚଳରେ ଥିବା ଗଛରେ ଘଣ୍ଟା ବାନ୍ଧିବା ଆରମ୍ଭ କରି ଦେଇଛନ୍ତି। ପ୍ରତି ରବିବାର ଓ ପୂର୍ଣ୍ଣିମାରେ ଏଠାରେ ପ୍ରବଳ ଭିଡ଼ ଜମିଥାଏ। ଏହି ମନ୍ଦିରରେ କୌଣସି ପୂଜାରୀ ନାହାନ୍ତି। ସ୍ଥାନୀୟ ବାସିନ୍ଦାଙ୍କ କହିବାନୁଯାୟୀ ଏଠାରେ ହଜାର ହଜାର ସଂଖ୍ୟାରେ ଘଣ୍ଟା ରହିଥିଲେସୁଦ୍ଧା ଗୋଟିଏ ହେଲେ ଘଣ୍ଟା ଚୋରି ହୋଇନାହିଁ।
Popular Categories



