www.samajalive.in
Tuesday, December 9, 2025
16.1 C
Bhubaneswar

୩ ବର୍ଷ ହେବ ପ୍ରକଳ୍ପ ଅଚଳ, ଅପରିଷ୍କାର ପାଣି ପିଇ ରୋଗରେ ପଡିଲେଣି ଗ୍ରାମବାସୀ

ରଣପୁରଗଡ : ପାନୀୟଜଳ ଯୋଗାଣ ଯୋଜନାରେ କୋଟି କୋଟି ଟଙ୍କା ବ୍ୟୟ ହେଉଛି । କିନ୍ତୁ ଶୁଦ୍ଧ ପାନୀୟଜଳ ନପାଇ ଲୁହାଗୁଣ୍ଡ ମିଶ୍ରିତ ନଳକୂପ ଜଳ, ଖେ।ଲା କୂପ ଜଳ, ଚୂଆ ଓ ପେ।ଖରୀ ଜଳକୁ ପାନୀୟ ଜଳ ଭାବେ ବ୍ୟବହାର କରି ରେ।ଗରେ ପୀଡିତ ହେଉଛନ୍ତି ଅନେକ ଲୋକ । ଏଭଳି ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ରଣପୁର ବ୍ଳକ ଝାରପଡା ଗ୍ରାମରେ। ୨ ହଜାର ଜନସଂଖ୍ୟାକୁ ନେଇ ଝାରପଡା ଗାଁ। ପ୍ରାୟ ତିନି ବର୍ଷ ହେବ ଏଠାରେ ପାନୀୟଜଳ ପ୍ରକଳ୍ପ ଅଚଳ ହେ।ଇପଡିଛି। ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତା ସମ୍ପ୍ରସାରଣ ଓ ଉନ୍ନତିକରଣ  ସମୟରେ ପାଣି ପାଇପ ଫାଟିବା ସହ ପାଇପ ପିଚୁ ରାସ୍ତା ମଝିରେ ରହିଯାଇଛି। ଫଳରେ ଲେ।କମାନେ ଦୁଷିତ ଜଳକୁ ପାନୀୟଜଳ ରୂପେ ବ୍ୟବହାର କରି ଶତକଡା କେ।ଡିଏ ଭାଗ ଲୋକ ବାତ ରେ।ଗରେ ପୀଡିତ ହେଉଛନ୍ତି। ସମିତି ସଭ୍ୟ ପ୍ରମୋଦ କୁମାର ରାଉତରାୟ ଶୁଦ୍ଧ ପାନୀୟଜଳ ଯେ।ଗାଣ ପାଇଁ ଦାବି କରିଛନ୍ତି। ପାନୀୟଜଳ ଯେ।ଗାଣ ରଣପୁର ଯନ୍ତ୍ରୀ -୧ କୁହନ୍ତି କି ପ୍ରକଳ୍ପ ସଜାଡିବା ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ଆବଶ୍ୟକ ଅର୍ଥ ଆମ ବିଭାଗରେ ଡିପୋଜିଟ କରିବା କଥା। ଆମ୍ଭେ ବାରମ୍ବାର ଲେଖିଲେ ସୁଦ୍ଧା ଗ୍ରାମ୍ୟ ଉନ୍ନୟନ ବିଭାଗ ଶୁଣୁନାହି । ଅବଶ୍ୟ ମେଗା ଯେ।ଜନା ପାଇପ ଲାଇନ ବ୍ୟବସ୍ଥା କାର୍ଯ୍ୟ ସରିଲେ ସେହି ପାଇପରେ ଆଗ ଝାରପଡାକୁ ପାନୀୟଜଳ ଯେ।ଗାଇ ଦିଆଯିବ ବୋଲି ସେ କହିଛନ୍ତି ।

Hot this week

୨୦୨୬ରେ ଦୁଇ ଥର ଚଳନ କରିବେ ରହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

Related Articles

Popular Categories