www.samajalive.in
Sunday, December 7, 2025
14.1 C
Bhubaneswar

ସିଆର୍‌ପି. ସିଏମ୍. ଆସୋସିଏସନ୍ ପକ୍ଷରୁ ଦାବିପତ୍ର ପ୍ରଦାନ

ରାୟଗଡ଼ା : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ସିଆର୍‌ପି. ସିଏମ୍. ଆସୋସିଏସନ୍ ଜିଲ୍ଲା ସଭାନେତ୍ରୀ  ହୀରାଦିପ ପ୍ରଧାନ ଏବଂ ସମ୍ପାଦିକା ସବିତା ପରିଚ୍ଛ।ଙ୍କ ନେତୃତ୍ବରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ବିଡ଼ିଓ ମନୀଷା ଦାସଙ୍କୁ ଦେବା ପାଇଁ ଆସିଥିଲେ କିନ୍ତୁ ସେ ଅନୁପସ୍ଥିତ ରହିଥିବାରୁ ଜିପିଓ ଶ୍ଵେତାମ୍ବର ପ୍ରଧାନୀଙ୍କୁ ଆଜି ଦାବିପତ୍ର ପ୍ରଦାନ କରିଛନ୍ତି ।  ମିଶନ ଶକ୍ତିର ବ୍ଲକ ସଂଯୋଜକ  ରାଜୀବ କୁମାର ପାଢ଼ୀଙ୍କୁ ମଧ୍ୟ ଏକ ଦାବିପତ୍ର ପ୍ରଧାନ କରାଯାଇଛି। ଦାବି ପତ୍ର ପ୍ରଦାନ ସମୟରେ ଶ୍ରମିକ ନେତା ତଥା ଭାରତୀୟ ମଜଦୂର ସଂଘର ରାଜ୍ୟ ଉପସଭାପତି ଯୋଗେଶ୍ୱର ଦାସ , ଭାରତୀୟ ମଜଦୂର ସଂଘର ରାୟଗଡ଼ା ଜିଲ୍ଲା ସମ୍ପାଦକ ଗଣେଶ କୁମାର ସାହୁ, ଜିଲ୍ଲା ସଭାନେତ୍ରୀ ଭାରତୀ ନାୟକ ଏବଂ ସମ୍ପାଦିକା ହୀରା ଦେବୀ ପ୍ରଧାନ ଯୋଗଦେଇଥିଲେ । ଦାବିପତ୍ରରେ ଉଲ୍ଲେଖ ରହିଛି ଯେ ସିଆର୍‌ପି. ସିଏମ୍. ମାନଙ୍କ ପାଇଁ  ଇନ୍‌ସେନ୍‌ଟିଭକୁ ବନ୍ଦ କରାଯାଇ ମାସିକ ବେତନ ଦଶ ହଜାର ଟଙ୍କା ପ୍ରଦାନ କରାଯାଉ । ଏଥି ସହ ଅନ୍‌ଲାଇନ୍ କାର୍ଯ୍ୟ ପାଇଁ ଟାବ୍‌ଲେଟ୍‌ ମେସିନ୍ ପ୍ରଦାନ କରାଯିବା, ସିଆର୍‌ପି.ସିଏମ୍. ମାନଙ୍କୁ ପରିଚୟପତ୍ର ପ୍ରଦାନ ସହ ମାସିକ ବେତନ ଏକାଉଣ୍ଟ ଜରିଆରେ ପ୍ରଦାନ କରିବା ଓ  ସିଆର୍‌ପି. ସିଏମ୍. ମାନଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ କରାଯାଉ ବୋଲି ଦାବିରେ ଉଲ୍ଲେଖ ରହିଛି। ବ୍ଲକର ୧୪ଟି ପଞ୍ଚାୟତରେ ଥିବା  ସମସ୍ତ ସିଆର୍‌ପି. ସିଏମ୍ କର୍ମୀ ଉପସ୍ଥିତ ରହିଥିଲେ। ଉକ୍ତ ଦାବିକୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ପ୍ରେରଣ କରିବୁ ବୋଲି ଜିପିଓ ଶ୍ଵେତାମ୍ବର ପ୍ରଧାନୀ କହିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories