www.samajalive.in
Sunday, December 7, 2025
18.1 C
Bhubaneswar

ଢେଙ୍କାନାଳ ହେବ ଓଡ଼ିଶାର ସୌର ଶକ୍ତି ସମୃଦ୍ଧ ଜିଲ୍ଲା: ୨୬ ହଜାର ଯୁବକ ଯୁବତୀ ପାଇବେ ନିଯୁକ୍ତି

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଢେଙ୍କାନାଳ ଠାରେ ପ୍ରାୟ ୫୦ ହଜାର କୋଟି ଟଙ୍କାରୁ ଉର୍ଦ୍ଧ୍ୱ ବିଭିନ୍ନ ଶିଳ୍ପ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ପ୍ରାୟ ୧୮୮ କୋଟି ଟଙ୍କାର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଶୁଭ ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହିତ ପ୍ରାୟ ୧୨୦ କୋଟି ଟଙ୍କା ବ୍ୟୟ ବରାଦରେ, ବାଜି ରାଉତ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।  ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତିଯେ, ଢେଙ୍କାନାଳ ଠାରେ ୫୦ ହଜାର କୋଟି ଟଙ୍କାରୁ ଉର୍ଦ୍ଧ୍ୱ ବ୍ୟୟବରାଦରେ ହେବାକୁ ଥିବା ଶିଳ୍ପ ପ୍ରକଳ୍ପ ଆଜି ଓଡିଶାର ବିକାଶର ଧାରାରେ ଆଉ ଏକ ସ୍ରୋତ ଯୋଡି ଦେଇଛି । ଆଜି ଯେଉଁ ନୂତନ ଶିଳ୍ପର ଶୁଭାରମ୍ଭ ହେଲା, ଏଥିରୁ ୩୦ ହଜାର କୋଟି ଟଙ୍କାର ଵ୍ୟୟ କେବଳ ସୋଲାର ଶକ୍ତି ଶିଳ୍ପ ସମ୍ବଳିତ ପ୍ରକଳ୍ପ।  ଏଣୁ, ଢେଙ୍କାନାଳ ଜିଲ୍ଲାକୁ ଓଡିଶାର ସୌର ଶକ୍ତି ସମୃଦ୍ଧ ଜିଲ୍ଲା ଓ ରାଜ୍ୟର ଅଗ୍ରଣୀ ଜିଲ୍ଲା ଭାବେ ପରିଗଣିତ କରିବା ହେଉଛି ଆମର ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ସୋଲାର ଏନର୍ଜୀକୁ ଆମେ କେବଳ ଆମ ରାଜ୍ୟର ନୁହେଁ ବରଂ ସମଗ୍ର ଦେଶର ପ୍ରମୁଖ ଶକ୍ତି ଭାବେ ବ୍ୟବହାର କରିବା । ଆଜି ଏଠାରେ ୫୦ ହଜାର କୋଟି ଟଙ୍କାରୁ ଉର୍ଦ୍ଧ୍ୱ ଶିଳ୍ପ ପ୍ରକଳ୍ପର ଶୁଭାରମ୍ଭ ଯୋଗୁଁ ପ୍ରାୟ ୨୬ ହଜାର ୪୦୦ଟି  ପ୍ରତ୍ୟକ୍ଷ ଏବଂ ପରୋକ୍ଷ ନିଯୁକ୍ତି ସୁଯୋଗର ସମ୍ଭାବନା ରହିଛି। ଆଉ ଆଜିର ଏହି ଶିଳ୍ପ, ଆମର ଉତ୍କର୍ଷ ଓଡିଶା- ମେକ ଇନ ଓଡିଶା କନକ୍ଳେଭ କାର୍ଯ୍ୟକ୍ରମର ସଫଳତା। ଆମ ସରକାରକୁ ୩୬୫ ଦିନ ମଧ୍ୟ ପୂରିନି କିନ୍ତୁ ଦେଖନ୍ତୁ, ଆମେ ଦେଇଥିବା ପ୍ରତିଶ୍ରୁତି କିଭଳି ଆମେ ପୂରଣ କଲୁ। କାରଣ ଆମ ସରକାର, ଯେଉଁ ବିଶ୍ୱାସର ସହ ଲୋକଙ୍କ ପାଖକୁ ଆସିଛି ସେ ବିଶ୍ୱାସ ଆମେ କେବେ ହେଲେ ଭାଙ୍ଗିବୁନି ବୋଲି ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣରେ କହିଥିଲେ।

- Advertisement -

ସେ କହିଥିଲେ ଯେ, ଏହି ଜିଲ୍ଲାର ଚିର ସ୍ମରଣୀୟ ବରପୁତ୍ର ତଥା ଶହୀଦ ବାଜି ରାଉତଙ୍କ ସ୍ମୃତିରେ ଆଜି ବନମାଳିପ୍ରସାଦ ଅଂଚଳରେ ପ୍ରାୟ ୧୨୦ କୋଟି ଟଙ୍କା ବ୍ୟୟବରାଦରେ ବାଜି ରାଉତ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ହେଲା। ଏଥିରେ ଫୁଟବଲ ପଡିଆ, ସିନ୍ଥେଟିକ ଆଥେଲେଟିକ ଟ୍ରାକ୍, ହକି ଟ୍ରେନିଂ ସେଣ୍ଟର, ଇଣ୍ଡୋର ଷ୍ଟାଡିଅମ, ସୁଇମିଂପୁଲ୍, ୧୦୦ ଶଯ୍ୟା ବିଶିଷ୍ଟ କ୍ରୀଡା ଛାତ୍ରାବାସ ଇତ୍ୟାଦି ବିକଶିତ କରାଯିବ। ପରିଶେଷରେ ମୁଖ୍ୟମନ୍ତ୍ରୀ କହିଥିଲେଯେ, ଆମେ ୨୦୩୬ ସୁଦ୍ଧା ଓଡିଶାକୁ ସମୃଦ୍ଧ ଓଡିଶାରେ ପରିଣତ କରିବାକୁ ଲକ୍ଷ୍ୟ ରଖିଛୁ ଏବଂ ଏଥିପାଇଁ ମୂଳଦୁଆ ଗତ ଜୁନ ୧୨ ତାରିଖରେ ପଡି ସାରିଛି। ଏବେ ଏହି ଭିତ୍ତିଭୂମି ଉପରେ ନିର୍ମାଣ ହେଉଛି ନୂତନ ଓଡିଶା, ସମୃଦ୍ଧ ଓଡିଶା। ଏଥିପାଇଁ ପ୍ରତି ଜିଲ୍ଲାକୁ ବି ସମୃଦ୍ଧ ହେବାକୁ ପଡିବ। ଆଜିର ପ୍ରକଳ୍ପ ସବୁ ଢେଙ୍କାନାଳ ଜିଲ୍ଲାକୁ ସମୃଦ୍ଧ କରିବାକୁ ଉଦ୍ଦିଷ୍ଟ ବୋଲି ସେ କହିଥିଲେ ।

ମଙ୍ଗଳବାର ବନ୍ଦ ରହିବ ପୁରୀ-ରାଉରକେଲା ବ‌‌ନ୍ଦେ ଭାରତ ଚଳାଚଳ

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories