ପାଟଣା : ପାଟଣା ବ୍ଲକ ସଭାଗୃହରେ ମଙ୍ଗଳବାର ବୁଥ ସ୍ତରୀୟ ଅଧିକାରୀଙ୍କ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ସାହାରପଡା ଏବିଡ଼ିଓ ରଶ୍ମିରେଖା ମହାନ୍ତିଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ପ୍ରଶିକ୍ଷଣ ଶିବିରରେ ୫୦ ଜଣ ବୁଥ ସ୍ତରୀୟ ଅଧିକାରୀ ଯୋଗ ଦେଇଥିଲେ। ଅତିରିକ୍ତ ଜିଲ୍ଲାପାଳ ମନ୍ଦରଧର ମହାଳିକ, ପାଟଣା ତହସିଲଦାର ଅଶ୍ୱିନୀ କୁମାର ନାଏକ, ସମ୍ବଳ ବ୍ୟକ୍ତିତ୍ଵ ସଞ୍ଜୟ କୁମାର ସେଠୀ ଶିବିରାର୍ଥୀ ମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ। ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତ ପାଇଁ ଅଧିକାରୀମାନଙ୍କର କର୍ତ୍ତବ୍ୟ, ନୂତନ ନାମ ସଂଯୋଗ ତାଲିକାରୁ ବାଦ ଦେବା, ଆବେଦନ ଫର୍ମରେ ବିଧବା ଦିବ୍ୟାଙ୍ଗ ଓ ଅସହାୟ ମାନଙ୍କର କିଭଳି ନାମ ସଂଯୋଗ କରାଯିବ ଏ ସମ୍ପର୍କରେ ସୁବିସ୍ତୃତ ତାଲିମ ଦିଆଯାଇଥିଲା।
Popular Categories



