ବେଗୁନିଆ: ବାଘମାରୀ ଥାନା ଓସ୍ତପୁର-କୋଟପଲ୍ଲା ସୀମା ବିବାଦ ଘଟଣାରେ ବଜାରର ୧ କିମି ପରିଧିରେ BNS ୧୬୩ ଲାଗୁ କରାଯାଇଛି । ଉତ୍ତେଜନା ଥିବାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ BNS ୧୬୩ ଲାଗୁ ହେବା ସହ ସ୍ଥାନୀୟ ଉ.ପ୍ରା. ସ୍କୁଲ୍ ୨ ଦିନ ପାଇଁ ଛୁଟି ଘୋଷଣା କରାଯାଇଛି ।
କହିରଖୁଛୁ ଖୋର୍ଦ୍ଧା ଜିଲା ବାଘମାରୀ ଥାନା ପୋଡ଼ାଡିହ ପଞ୍ଚାୟତ ଓସ୍ତପୁର ଏବଂ କୋଟପଲ୍ଲା ଗ୍ରାମରେ ନାମଫଳକ ମାରିବାକୁ ନେଇ ବିବାଦ ଲାଗି ରହିଛି । ଦୀର୍ଘଦିନ ଧରି ଉଭୟ ଗ୍ରାମବାସୀଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲେ ମଧ୍ୟ ସମାଧାନ ହୋଇପାରିନଥିଲା। ଉକ୍ତ ଘଟଣାକୁ ନେଇ ବୁଧବାର ପୁନର୍ବାର ବିବାଦ ଦେଖା ଦେଇଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିଥିଲା।



