MEllora 950×100

ଆଜି ମୁଖ୍ୟମନ୍ତ୍ରୀ ବାଣ୍ଟିବେ ‘କାଳିଆ’ ସହାୟତା

ଭୁବନେଶ୍ବର: ଆଜି ରାଜ୍ୟର ୨୯ଟି ଜିଲାର ୪୪ଲକ୍ଷରୁ ଊର୍ଦ୍ଧ୍ବ ଚାଷୀଙ୍କୁ ‘କାଳିଆ’ ସହାୟତା ବଣ୍ଟନ କରାଯିବ। ମାତ୍ର ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବାରୁ ଝାରସୁଗୁଡା ଜିଲାର ଚାଷୀଙ୍କୁ କାଳିଆ ସହାୟତା ମିଳିବ ନାହିଁ। କୃଷି ବିଭାଗର ପ୍ରସ୍ତାବକ୍ରମେ ଚଳିତବର୍ଷ ଚାଷୀଙ୍କ ହିତକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଆଗୁଆ କାଳିଆ ସହାୟତା ବଣ୍ଟନ କରାଯିବ। ପ୍ରାୟ ୪୪ଲକ୍ଷରୁ ଊର୍ଦ୍ଧ୍ବ ଚାଷୀଙ୍କୁ ୯ଶହ କୋଟି ଟଙ୍କା ବଣ୍ଟନ କରାଯିବାକୁ ରହିଛି। ପ୍ରତିବର୍ଷ ଅକ୍ଷୟ ତୃତୀୟାକୁ ରାଜ୍ୟ ସରକାର ଚାଷୀଙ୍କୁ କାଳିଆ ସହାୟତା ବଣ୍ଟନ କରୁଥିବାବେଳେ ଚଳିତବର୍ଷ ସମୟ ପୂର୍ବରୁ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ସରକାରଙ୍କ ଜଣେ ବରି‌ଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

Comments are closed.