କେନ୍ଦୁଝରଗଡ଼଼: ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର କେନ୍ଦୁଝରଗଡ଼ର ୨୦୨୨-୨୩ ବାର୍ଷିକ ପରୀକ୍ଷା ଫଳ ‘ପ୍ରଗତି ଉତ୍ସବ’ ଶୁକ୍ରବାର ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ପରିଚାଳନା ସମିତି ସଭାପତି ସୁନୀଲ କୁମାର ରଥଙ୍କ ଅଧ୍ୟକ୍ଷତାରେ ବୌଦ୍ଧିକମଣ୍ଡପ ଠାରେ ଆୟୋଜିତ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜିଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ ମୁଖ୍ୟଅତିଥ୍ô ଭାବେ ଯୋଗଦେଇ ଲକ୍ଷ୍ୟ ହାସଲ କରିବାକୁ ହେଲେ ଛାତ୍ରଛାତ୍ରୀଙ୍କୁ କଠିନ ଅଧ୍ୟବସାୟ ଜାରି ରଖିବାକୁ ଆହ୍ୱାନ ଦେଇଥିଲେ। ବିଦ୍ୟାଳୟ ପରିଚାଳନା ସମିତି ସମ୍ପାଦକ ଜଗଦାନନ୍ଦ ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ। ପ୍ରଧାନାଚାର୍ଯ୍ୟ ରାଜେନ୍ଦ୍ର ପ୍ରସାଦ ଅଗସ୍ତି ପ୍ରାରମ୍ଭରେ ସ୍ୱାଗତଭାଷଣ ଓ ଅତିଥି ପରିଚୟ ପ୍ରଦାନ ଅବସରରେ ଏହି ପ୍ରଗତି ଉତ୍ସବ ପାଳନର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ସହପ୍ରଧାନାଚାର୍ଯ୍ୟ ଅଲେଖ ଚନ୍ଦ୍ର ମହାନ୍ତ ବାର୍ଷିକ ପରୀକ୍ଷାର ଫଳାଫଳ ବିବରଣୀ ପ୍ରଦାନ କରିଥିଲେ। ପ୍ରଥମରୁ ଅଷ୍ଟମଶ୍ରେଣୀ ପର୍ଯ୍ୟନ୍ତ ମୋଟ ୧୧୭୩ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨୦୮ଜଣ ୯୧ପ୍ରତିଶତରୁ ଊର୍ଦ୍ଧ୍ବ, ୨୯୨ଜଣ ୮୧ ପ୍ରତିଶତରୁ ଊର୍ଦ୍ଧ୍ବ, ୨୫୩ଜଣ ୭୧ ପ୍ରତିଶତରୁ ଊର୍ଦ୍ଧ୍ବ, ୧୯୦ଜଣ ୬୧ପ୍ରତିଶତରୁ ଊର୍ଦ୍ଧ୍ବ, ୧୪୦ଜଣ ୫୧ପ୍ରତିଶତରୁ ଊର୍ଦ୍ଧ୍ବ, ୬୨ଜଣ ୪୧ ପ୍ରତିଶତରୁ ଊର୍ଦ୍ଧ୍ବ, ୧୮ଜଣ ୩୩ ପ୍ରତିଶତରୁ ଊର୍ଦ୍ଧ୍ବ ଓ ୧୦ଜଣ ୩୩ ପ୍ରତିଶତରୁ କମ୍ ନମ୍ବର ରଖିଥିବା ସହପ୍ରଧାନାଚାର୍ଯ୍ୟ ଶ୍ରୀ ମହାନ୍ତ ସୂଚନା ପ୍ରଦାନ କରିଥିଲେ। ଚଳିତ ଶିକ୍ଷାବର୍ଷରେ ନବମଶ୍ରେଣୀର ମାଧ୍ୟମିକ ଶିକ୍ଷା ପରିଷଦ ଓଡ଼ିଶାଙ୍କ ଦ୍ୱାରା ପ୍ରକାଶିତ ପରୀକ୍ଷାଫଳ ଅନୁଯାୟୀ ବିଦ୍ୟାଳୟର ମୋଟ ୨୨୧ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଏ-୧ରେ ୧୧ଜଣ, ଏ-୨ରେ ୪୧ଜଣ, ବି-୧ରେ ୫୬ଜଣ, ବି-୨ରେ ୬୮ଜଣ, ସି-ରେ ୩୦ଜଣ, ଡି-ରେ ୧୪ଜଣ ଓ ଇ-ରେ ଜଣେ ପାସ୍ କରିଥିବା ଜଣାପଡ଼ିଛି। ଏହି ପ୍ରଗତି ଉତ୍ସବରେ ପ୍ରତି ଶ୍ରେଣୀର ପ୍ରଥମ ୧୦ଜଣ ଛାତ୍ରଛାତ୍ରୀ ଏବଂ ନବମଶ୍ରେଣୀରେ ଏ-୧ ଗ୍ରେଡରେ ପାସ୍ କରିଥିବା ସମସ୍ତ ୧୧ଜଣ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିିତ କରାଯାଇଥିଲା।
Popular Categories



