www.samajalive.in
Tuesday, December 9, 2025
15.1 C
Bhubaneswar

ଶୟନ କକ୍ଷରୁ ୪ଫୁଟର ନାଗସାପ ଉଦ୍ଧାର

ଆଠଗଡ଼: ଆଠଗଡ଼ ବ୍ଲକ ଅନ୍ତର୍ଗତ ବାଳି ଗ୍ରାମର ଜଣେ ବ୍ୟକ୍ତିଙ୍କ ଶୟନ କକ୍ଷରେ ପସିଥିବା ଏକ ଚାରିଫୁଟ ଲମ୍ବର ନାଗସାପକୁ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି। ବାଳି ଗ୍ରାମର ମୀନତି ବେହେରାଙ୍କ ଘରର ଶୟନ କକ୍ଷରେ ଏକ ନାଗସାପ ପସିଥିବା ଦେଖି ପରିବାର ଲୋକ ଖୁଣ୍ଟୁଣୀ ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଜଣାଇଥିଲେ। ବନବିଭାଗରେ କେହି ସାପ ଧରାଳି ନଥିବାରୁ ବନବିଭାଗ ପକ୍ଷରୁ ଭୁବନେଶ୍ୱରସ୍ଥିତ ସ୍ନେକ ହେଲ୍ପଲାଇନ କାର୍ଯ୍ୟାଳୟକୁ ଯୋଗାଯୋଗ କରାଯାଇଥିଲା। ସ୍ନେକ ହେଲ୍ପଲାଇନ କାର୍ଯ୍ୟାଳୟରୁ ସୂଚନା ପାଇ ଆଠଗଡ଼ରେ ଥିବା ଉକ୍ତ ସଂସ୍ଥାର ସଦସ୍ୟ ତଥା ଅଭିଜ୍ଞ ସାପଧରାଳି ସୁଶାନ୍ତ କୁମାର ପାତ୍ର ତୁରନ୍ତ ବାଳି ଯାଇ ମୀନତିଙ୍କ ଶୟନ କକ୍ଷରୁ ୪ଫୁଟ ଲମ୍ବର ନାଗସାପକୁ ଉଦ୍ଧାର କରି ସୁରକ୍ଷିତ ଭାବେ ଜଙ୍ଗଲରେ ଛାଡି ଦେଇଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories