ସମ୍ବଲପୁର: ସମ୍ବଲପୁରର ବାଲିବନ୍ଧା ସ୍ଥିତ ଆଞ୍ଚଳିକ ଭିନ୍ନକ୍ଷମ ପୁର୍ନବାସ କେନ୍ଦ୍ର ଠାରେ ଜିଲା ପ୍ରଶାସନ ଓ ଜିଲା ପ୍ରାଣୀ ଓ ପଶୁ ସମ୍ପଦ ବିଭାଗର ମିଳିତ ଉଦ୍ୟମରେ ଭିନ୍ନକ୍ଷମ ମାନଙ୍କ ନିମନ୍ତେ ଏକ ଆତ୍ମ ନିଯୁକ୍ତି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଭିନ୍ନକ୍ଷମ ମାନଙ୍କୁ କୁକୁଡା ପାଳନ ଦ୍ୱାରା କିପରି ଜଣେ ଘରେ ରହି ଆତ୍ମନିର୍ଭରଶୀଳ ହୋଇ ପାରିବ, ତାହା ଉପରେ ଅତିରିକ୍ତ ଜିଲା ପ୍ରାଣୀ ଚିକିତ୍ସାଧିକାରୀ କଳ୍ପତରୁ ସ୍ୱାଇଁ ବିସ୍ତୃତ ଆଲୋକପାତ କରିଥିଲେ। ଶିବିରରେ କୁଚିଣ୍ଡା, ରେଢ଼ାଖୋଲ, ନାକଟିଦେଉଳ, ଜମନକିରା ଅଞ୍ଚଳରୁ ପ୍ରାୟ ୧୨୦ ଜଣ ଭିନ୍ନକ୍ଷମ ଯୋଗ ଦେଇଥିଲେ। ଭିନ୍ନକ୍ଷମ ମାନଙ୍କୁ ବ୍ଲକ ସ୍ତରରୁ ଚୟନ କରାଯାଇଥିବା ବେଳେ ପ୍ରତ୍ୟେକ କୁ ୫୦ଟି ଲେଖାଏଁ କୁକୁଡା ଚିଆଁ ଓ ୫ ଶହ ଟଙ୍କାର ନଗଦ ରାଶୀ ଆତ୍ମ ନିଯୁକ୍ତି ପାଇଁ ପ୍ରଦାନ କରାଯିବ। ଏହି ଅବସରରେ ଜିଲା ସାମାଜିକ ସୁରକ୍ଷା ଅଧିକାରୀ ମଦନଜିତ ହୋତା ନୂତନ ଭାବରେ ତିଆରି ହୋଇଥିବା ଆଞ୍ଚଳିକ ଭିନ୍ନକ୍ଷମ କେନ୍ଦ୍ରର ନୂତନ ସଭାଗୃହ କୁ ଉଦଘାଟନ କରିଥିଲେ। ସମସ୍ତ ଭିନ୍ନକ୍ଷମ ମାନେ କିପରି ଆତ୍ମ ନିଯୁକ୍ତି ପାଇ ପାରିବେ ଓ ସରକାରଙ୍କ ସମସ୍ତ ଲୋକାଭିମୁଖୀ କାର୍ଯ୍ୟକ୍ରମ ମାନ କିପରି ଭାବରେ ସୂଚାରୁ ରୂପେ ଲୋକଙ୍କ ପାଖରେ ପହୁଞ୍ôଚ ପାରିବ ସେ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମରେ ଉପ ଖଣ୍ଡିୟ ଓ ବ୍ଲକସ୍ତରୀୟ ସାମାଜିକ ସୁରକ୍ଷା ଅଧିକାରୀ ମାନେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ଆଞ୍ଚଳିକ ଭିନ୍ନକ୍ଷମ ପୁର୍ନବାସ କେନ୍ଦ୍ରର ଅଧିକାରୀ ରବୀନ୍ଦ୍ର ନାଥ ପରିଚାଳନା କରିଥିଲେ।
Popular Categories



