ଆହତଙ୍କୁ ନିଜ ଗାଡ଼ିରେ ଡାକ୍ତରଖାନା ନେଲେ ଉପଜିଲାପାଳ

ନବରଙ୍ଗପୁର: ଏକ ସଡକ ଦୁର୍ଘଟଣାରେ ପଡି ଛଟପଟ ହେଉଥିବା ଦୁଇଜଣ ଯୁବକଙ୍କୁ ଉଦ୍ଧାର କରି ଜିଲା ମୁଖ୍ୟ ଡ଼ାକ୍ତରଖାନାରେ ଆଣି ଭର୍ତ୍ତି କରିଛନ୍ତି ନବରଙ୍ଗପୁର ଉପଜିଲାପାଳ ପ୍ରଶାନ୍ତ କୁମାର ରାଉତ। ମଙ୍ଗଳବାର ସନ୍ଧ୍ୟ। ପ୍ରାୟ ୬.୩୦ ସମୟରେ ଉପଜିଲାପାଳ ତେନ୍ତୁଳିଖୁଣ୍ଟି ବ୍ଲକରୁ ଫେରୁଥିବାବେଳେ କୁର୍ଲୁଘ।ଟି ଗାଁ ନିକଟରେ ବାଇକରେ ପଡି ଛଟପଟ ହେଉଥିଲେ। ଏହି ସମୟରେ କିଛି ଲୋକ ପହଞ୍ଚି ଘେରି ରହିଥିଲେ। ଏହାଦେଖି ଉପଜିଲାପାଳ ଶ୍ରୀ ରାଉତ ଗାଡି ଅଟକାଇବା ସହିତ ଘଟଣା ସଂପର୍କର ବୁଝିଥିଲେ। ଏକ କୁକୁଡ଼ା ବୋଝେଇ ମିନି ଟ୍ରକ ବାଇକ ଚ।ଳକଙ୍କୁ ପଛପଟୁ ଧକ୍କାଦେଇ ଚାଲିଯାଇଥିଲା। ଫଳରେ ଦୁଇଜଣ ଯୁବକ ବାଇକ ସହିତ ପଡି ଯାଇଥିଲେ। ତାଙ୍କର ବିଭିନ୍ନ ସ୍ଥାନରେ ମାଡ଼ ହୋଇଛି। ଦୁଇଜଣ ଗୁରୁତର ଆହତ ହୋଇଥିବା ବେଳେ ଜଣେ ଅଚେତ ଅବସ୍ଥାରେ ରହିଥିଲେ। ତେବେ ଉପଜିଲାପାଳ ଶ୍ରୀ ରାଉତ ତାଙ୍କ ଗାଡିରେ ଦୁଇ ଆହତଙ୍କୁ ବସାଇ ତୁରନ୍ତ ଜିଲା ମୁଖ୍ୟ ଡାକ୍ତରଖାନାକୁ ଆଣିଥିଲେ। ଏ ସମ୍ପର୍କରେ ସେ ଜିଲା ମୁଖ୍ୟ ଚିକତ୍ସା ଅଧିକାରୀଙ୍କୁ ଫୋନ କରି ଘଟଣା ସଂପର୍କରେ କହିଥିଲେ। ଡାକ୍ତରଖାନାର ଜରୁରୀକାଳୀନ ୱାର୍ଡରେ ଭର୍ତି କରାଇଥିଲେ। ତେବେ ଚିକତ୍ସା ପରେ ଅଚେତ ଅବସ୍ଥାରେ ଥିବା ଯୁବକର ଧୀରେଧୀରେ ଚେତା ଆସୁଥିବା ଜଣାପଡ଼ିଛି। ଆହତ ଦୁଇଜଣ ଯୁବକଙ୍କ ପରିଚୟ ଜଣାପଡିନି।

Comments are closed.