୪ ମାସ ହେଲା ଯୁବକ ନିଖୋଜ, ପତ୍ତା ପାଉନାହିଁ ପୁଲିସ

ରେଙ୍ଗାଲି: ସମ୍ବଲପୁର ଜିଲ୍ଲା ଠେଲକୋଲୋଇ ଥାନା ଅନ୍ତର୍ଗତ ଲପଙ୍ଗା ଗ୍ରାମର ମନ୍‌‌ଜିତ୍‌‌ ଧୁରୁଆ (୨୪) ନାମକ ଜନୈକ ଯୁବକ ୨୦୨୨ ମସିହା ନଭେମ୍ବର ୨୩ ତାରିଖରୁ କୁଆଡେ ନିଖୋଜ ହୋଇଛନ୍ତି। ମାର୍ଚ୍ଚ ୧୩ ତାରିଖ ଦିନ ମନ୍‌‌ଜିତ୍‌‌ ଘରୁ ନିଖୋଜ ହେବାର ୪ମାସ ପୁରିବ। ପରିବାର ଲୋକେ ବହୁତ ଖୋଜାଖୋଜି କରିବା ସତ୍ୱେ କୌଣସି ସନ୍ଧାନ ନପାଇବାରୁ ମନ୍‌‌ଜିତ୍‌‌ ନିରୁଦ୍ଦିଷ୍ଟ ଥିବା ନେଇ ଠେଲକୋଲୋଇ ଥାନାରେ ଲିଖିତ ଅଭିଯୋଗ ଦାଖଲ କରିଛନ୍ତି। ଠେଲକୋଲୋଇ ପୁଲିସ ମଧ୍ୟ ବ୍ୟାପକ ତନାଘନା କରଥିଲେ ହେଁ ନିଖୋଜ ଥିବା ମନ୍‌‌ଜିତର କୌଣସି ପତ୍ତା ପାଉନାହିଁ। ଫଳରେ ପରିବାର ଲୋକେ ମନ୍‌‌ଜିତର ସ୍ଥିତାବସ୍ଥା ନେଇ ଉଦବିଗ୍ନ ହୋଇ ପଡ଼ିଛନ୍ତି। ଘରୁ ନିଖୋଜ ହେବା ଦିନ ଠାରୁ ମନଜିତର ମୋବଇାଲ୍‌‌ ଫୋନ୍‌‌ ସୁଇଚ୍‌‌ ଅପ୍‌‌ ଥିବାରୁ ପରିବାର ଲୋକେ କିମ୍ବା ପୁଲିସ ତା’ସହିତ ଯୋଗାଯୋଗ କରିବା ସମ୍ଭବ ହେଉନାହିଁ। ବାପା ମାଆ ପୁଅର ଫେରିବା ବାଟକୁ ଉତ୍କଣ୍ଠାର ସହିତ ଅନାଇ ବସିଛନ୍ତି।

kalyan agarbati

Comments are closed.