ଦୋଳ ବିମାନକୁ ଧକ୍କା ଦେଲା ପିକଅପ୍‌: ୨ ମୃତ, ୩ ଗୁରୁତର

ଡେସ୍କ: କଟକ-ଚାନ୍ଦବାଲି ରାସ୍ତାର ଦୁହୁରିଆ ଠାରେ ବିଳମ୍ବିତ ରାତିରେ ଦୁର୍ଘଟଣା ଘଟି ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ଦୋଳ ମେଳଣରୁ ବିମାନକୁ କାନ୍ଧରେ କାନ୍ଧେଇ ଫେରୁଥିଲେ। କୁହୁଡି ଯୋଗୁ ରାସ୍ତା ସ୍ପଷ୍ଟ ଭାବେ ଦେଖାଯାଉନଥିଲା। ସେହି ସମୟରେ ଦ୍ରୁତ ଗତିରେ ଆସୁଥିବା ଏକ ପିକଅପ୍‌ ଭ୍ୟାନ ବିମାନକୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆହତ ୩ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି। ଦୁର୍ଘଟଣା ପରେ ପିକଅପ୍‌ ଭ୍ୟାନକୁ ଛାଡି ଚାଳକ ଫେରାର ହୋଇଯାଇଛି। ପୁଲିସ ପିକଅପ୍‌ ଭ୍ୟାନକୁ ଜବତ କରି ତଦନ୍ତ ଆରମ୍ଭ କରିଛି।

Comments are closed.