ଗହୀର ମଥାରେ ଅଲିଭ ରିଡ୍‌ଲେଙ୍କ ଗଣ ଅଣ୍ଡାଦାନ

ରାଜନଗର: ବିଶ୍ୱପ୍ରସିଦ୍ଧ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ। ବିରଳ ଅଲିଭ ରିଡଲେ କଇଁଛର ଏନ୍ତୁଡ଼ିଶାଳ ଭାବେ ସମଗ୍ର ବିଶ୍ୱର ଦୃଷ୍ଟି ଆକର୍ଷଣ କରେ। ଏବେ ଅଲିଭ ରିଡଲେ କଇଁଛର ଚାଲିଛି ପ୍ରଜନନ ଋତୁ। ଗୁରୁବାର ଓ ଶୁକ୍ରବାର ମଧ୍ୟରେ ୩ଲକ୍ଷ ୨ ହଜାର ମାଆ କଇଁଛ କୂଳକୁ ଅଣ୍ଡା ଦେବା ପାଇଁ ଆସିଥିଲେ। ପ୍ରଥମଦିନ ୮୮ହଜାର ଓ ଦ୍ୱିତୀୟ ଦିନରେ ୨ଲକ୍ଷ ୧୪ ହଜାର କଇଁଛ ଅଣ୍ଡାଦାନ କରିଛନ୍ତି। କେବଳ ନାଶୀ-୨ ରେ ଏହି କଇଁଛ ଅଣ୍ଡା ଦେଇଛନ୍ତି। ସୂର୍ଯ୍ୟାସ୍ତରୁ ସୂର୍ଯ୍ୟୋଦୟ ମଧ୍ୟରେ ଏହି କଇଁଛଗୁଡ଼ିକ ସମୁଦ୍ରରୁ ଦଳଦଳ ହୋଇ ଆସି ବାଲୁକା ଶଯ୍ୟାରେ ପ୍ରାୟ ଦେଢ଼ ଫୁଟରୁ ଦୁଇ ଫୁଟ ନିଜ ଗୋଡ଼ରେ ଗାତ ଖୋଳି ୮୦ରୁ ୧୨୦ ବା ୧୩୦ ପର୍ଯ୍ୟନ୍ତ ଅଣ୍ଡା ଦେବା ପରେ ବାଲି ଘୋଡାଇ ଦେଇଥାନ୍ତି। ଏହାପରେ ସମୁଦ୍ରକୁ ଚାଲି ଯାଇଥାଆନ୍ତି। ଏହି ଅଣ୍ଡାଦାନ ସମୟରେ ଓ ପରେ ଛଞ୍ଚାଣ , କାଉ, ସମୁଦ୍ର କାଉ, ଗୋଧି, ବିଲୁଆ କୁକୁର ପ୍ରଭୃତି ଜୀବଜନ୍ତୁ ସେମାନଙ୍କୁ ମାରିଦେବା ସହ ସେମାନଙ୍କ ଅଣ୍ଡା ଖାଇ ଦେଇଥାନ୍ତି। ସେମାନଙ୍କ ଦାଉରୁ ସୁରକ୍ଷା ଦେବା ପାଇଁ ୧୬ଟି ଦଳ ଗଠନ କରାଯାଇଥିବା ବନବିଭାଗ ସୂତ୍ରରୁ ଜଣାପଡ଼ିଛି।

Comments are closed.