ଆଇନ ସଚେତନତା କାର୍ୟ୍ୟକ୍ରମ ଓ ଆର୍ନ୍ତଜାତୀୟ ମହିଳା ଦିବସ ପାଳିତ

ହରଭଙ୍ଗା: ତାଲୁକା ଆଇନ ସେବା କମିଟି ହରଭଙ୍ଗା ପକ୍ଷରୁ ଚାରିଛକ ସ୍ଥିତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପରିସରରେ ଶନିବାର ଦିନ ଏକ ଆଇନ ସଚେତନତା କାର୍ୟ୍ୟକ୍ରମ ସହ ଆର୍ନ୍ତଜାତୀୟ ମହିଳା ଦିବସ ପାଳିତ ହୋଇଛି। ହରଭଙ୍ଗା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଦଣ୍ଡାଧିଶ ତଥା ହରଭଙ୍ଗା ତାଲକୁ ଆଇନ ସେବା କମିଟି ଅଧକ୍ଷ୍ୟ ଶୁଭଙ୍କର ମହାନ୍ତୀଙ୍କ ଅଧକ୍ଷତାରେ ଏହି ସଚେତନତା କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଘରୋଇ ହିଂସାରୁ ମହିଳା ମାନଙ୍କୁ ସୁରକ୍ଷା ଅଧିନିୟମ, ଯୌନ ଅପରାଧ ଆଇନରୁ ଶିଶୁମାନଙ୍କର ସୁରକ୍ଷା, କର୍ମ କ୍ଷେତ୍ରରେ ମହିଳାମାନଙ୍କୁ ଯୌନ ନିର୍ୟ୍ୟାତନା ଆଦି ଉପରେ ଏକ ଆଇନ ସଚେତନତା କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହା ସହ ଆର୍ନ୍ତଜାତୀୟ ମହିଳା ଦିବସ ପାଳନ ଉପରେ ଅତିଥିମାନେ ଆଲୋକପାତ କରିଥିଲେ। ଏହି ଓକିଲ ସଂଘର ସଭାପତି ଅକ୍ଷୟ କୁମାର ସାହୁ, ସରକାରୀ ଓକିଲ ଅଜିତ ପରିଡ଼ା, ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୁଣନିଧି ସାହୁ, ଓ କୋର୍ଟ କର୍ମଚାରୀ ସଞିବ କୁମାର ବାଗ, ସୁମନ୍ତ ପ୍ରଧାନ , ତୁମ୍ବନାଥ ପାତ୍ରଙ୍କ ସମତେ ସମସ୍ତ ଛାତ୍ର ଛାତ୍ରୀ ଓ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ମାନେ ଯୋଗ ଦେଇଥିଲେ।

Comments are closed.