www.samajalive.in
Monday, December 8, 2025
16.1 C
Bhubaneswar

ଗୋପବନ୍ଧୁ ମହିଳା କନିଷ୍ଠ କଲେଜରେ ମହିଳା ଦିବସ

ଆଠଗଡ଼: ଆଠଗଡ଼ର ଗୋପବନ୍ଧୁ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଏନଏସଏସ ପକ୍ଷରୁ ଗୁରୁବାର ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଏନଏସଏସ ଯୋଜନା ଅଧିକାରିଣୀ ଅଧ୍ୟାପିକା ସ୍ମିତା ମହାପାତ୍ରଙ୍କ ଦ୍ୱାରା ସଂପାଦିତ ଏବଂ ବିଶିଷ୍ଟ କବୟିତ୍ରୀ ସ୍ୱର୍ଗତ ମନୋରମା ମହାପାତ୍ରଙ୍କୁ ଉତ୍ସର୍ଗୀକୃତ ପ୍ରାଚୀର ପତ୍ରିକା ‘ସଂପୂର୍ଣ୍ଣା’ କୁ ମୁଖ୍ୟଅତିଥି ଭାବେ ଯୋଗଦେଇଥିବା କଲେଜର ପୂର୍ବତନ ଅଧ୍ୟକ୍ଷା ମମତା ମିଶ୍ର ଉନ୍ମୋଚିତ କରିଥିଲେ। ପରେ ପରେ ଅଧ୍ୟକ୍ଷା ସଂଯୁକ୍ତା ମହାପାତ୍ରଙ୍କ ପୌରୋହିତ୍ୟରେ ଆୟୋଜିତ ସଭାରେ ନାରୀ ହିିଁ ସକଳ ଶକ୍ତିର ଆଧାର ଓ ପ୍ରେରଣାର ଉତ୍ସ ବୋଲି ମୁଖ୍ୟଅତିଥି ଶ୍ରୀମତୀ ମିଶ୍ର ପ୍ରକାଶ କରିଥିଲେ। ଆଜିର ସମାଜରେ ନାରୀ କେତେ ସୁରକ୍ଷିତ ତାହା ସମୀକ୍ଷାର ବିଷୟ ବୋଲି ଶ୍ରୀମତୀ ମିଶ୍ର କହିବା ସହ ଦେଶରେ ନିର୍ଭୟା ହତ୍ୟାକାଣ୍ଡ ଭଳି ଲଜ୍ଜାଜନକ ଘଟଣା ଆଦୌ ଗ୍ରହଣୀୟ ନୁହେଁ ବୋଲି ମତବ୍ୟକ୍ତ କରିଥିଲେ। ବିଶ୍ୱ ତଥା ଭାରତ ବର୍ଷରେ ନାରୀ ବିଭିନ୍ନ କ୍ଷେତ୍ରରେ ବେଶ୍‌‌ ପାରଦର୍ଶିତା ପ୍ରଦର୍ଶନ କରି ପୁରୁଷଙ୍କଠାରୁ କୌଣସି ଗୁଣରେ କମ୍‌‌ ନୁହଁନ୍ତି ଏବଂ ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କ ଉଦାହରଣ ଦେଇ କହିଥିଲେ। ପ୍ରାଧ୍ୟାପିକା ଡଃ ସ୍ନେହଲତା ତ୍ରିପାଠୀ ଭାରତୀୟ ସଂସ୍କୃତିରେ ନାରୀ ଶବ୍ଦର ଅର୍ଥ ଓ ସଂସ୍କୃତ ଶାସ୍ତ୍ରଗୁଡିକରେ ନାରୀର ମହତ୍ତ୍ୱ ବିଷୟରେ ଥିବା ଆଲେଖ୍ୟ ସଂପର୍କରେ ଅବତାରଣା କରିଥିଲେ। କେତେକ ସ୍ୱେଚ୍ଛାସେବୀ ଛାତ୍ରୀ ମଧ୍ୟ ମହିଳା ଦିବସ ଉପରେ ନିଜର ବକ୍ତବ୍ୟ ରଖିବା ସହିତ ସାଂସ୍କୃତିକ କାର୍ୟ୍ୟକ୍ରମ ପରିବେଷଣ କରିଥିଲେ। ଏହି କାର୍ୟ୍ୟକ୍ରମରେ କଲେଜର ସମସ୍ତ ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରୀମାନେ ଯୋଗ ଦେଇଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories