
ଅଗ୍ନିକାଣ୍ଡରେ ଜଳିଗଲା ୩ ବାସଗୃହ

ନରସିଂହପୁର: ନରସିଂହପୁର ତହସିଲ ଅର୍ନ୍ତଗତ ରଣସିଂହପୁର ପଞ୍ଚାୟତ ମହୁରାଖିଆ ଗ୍ରାମର ଦଳିତସାହିରେ ଅଗ୍ନିକାଣ୍ଡ ଘଟି ତିନିଟି ପରିବାରଙ୍କର ୩ ବଖରା ଘର ପୋଡି ପାଉଶଁ ହୋଇଯାଇଛି। ସୂଚନା ଅନୁଯାୟୀ ଶନିବାର ବିଦ୍ୟୁତ ସର୍ଟସର୍କିଟ୍ ହୋଇ ଅଗ୍ନିକାଣ୍ଡ ଘଟିଥିଲା। ଏହାପରେ ନିଆଁର ଗତି ବଢ଼ି ସମୀର ନାଏକ, ସନ୍ତୋଷ ନାୟକ, ସୀତା ନାୟକଙ୍କର ଗୋଟିଏ ଲେଖାଏଁ ବଖରା ପୋଡି ହୋଇ ସମସ୍ତ ଆସବାପତ୍ର, ଧାନଚାଉଳ ଓ ଦରକାରି କାଗଜପତ୍ର ପୋଡି ପାଉଶଁ ହୋଇଯାଛି। ଅଗ୍ନିକାଣ୍ଡର ଖବର ପାଇ ନରସିଂହପୁର ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲେ।
Comments are closed.