MEllora 950×100

ବନ ସଂରକ୍ଷଣ ସମିତି ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଫୁଲବାଣୀ: କନ୍ଧମାଳ ଜିଲ୍ଲାର ତଲାରିମାହା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗଟାମାହା ଗ୍ରାମର ବନ ସଂରକ୍ଷଣ ସମିତି ତରଫରୁ ଜଙ୍ଗଲ ଓ ପରିବେଶ ସୁରକ୍ଷା ଏବଂ ବନ୍ୟ ଜୀବଜନ୍ତୁ ମାନଙ୍କ ସୁରକ୍ଷା ନିମନ୍ତେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥିରେ ଗଟାମାହା ବନ ସଂରକ୍ଷଣ ସମିତିର ସଭାପତି ରାଜେଶ କୁମାର ବଗର୍ତ୍ତୀ, ଗ୍ରାମବାସୀ ଏବଂ ତଲାରିମାହା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରର ଛାତ୍ରଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ। ଏହା ସହ ଜଙ୍ଗଲ ଓ ପରିବେଶ ସୁରକ୍ଷା ଏବଂ ବନ୍ୟ ଜୀବଜନ୍ତୁ ମାନଙ୍କ ସୁରକ୍ଷା ନିମନ୍ତେ ସଚେତନତା ମୂଳକ କାର୍ଯ୍ୟ କରାଯିବ ସହ ଜନସାଧାରଣ ଏବଂ ଛାତ୍ରଛାତ୍ରୀ ମାନଙ୍କୁ ସଚେତନତାର ବାର୍ତ୍ତା ପ୍ରଦାନ କରାଯାଇଥିଲା। ଆଗକୁ ମଧ୍ୟ ଶେଷ ନିଃଶ୍ୱାସ ଥିବା ପର୍ଯ୍ୟନ୍ତ ଜଙ୍ଗଲ ଓ ପରିବେଶ ସୁରକ୍ଷା ପାଇଁ କାର୍ଯ୍ୟଧାରା ଜାରି ରଖିବେ ବୋଲି ଗଟାମାହା ବନ ସଂରକ୍ଷଣ ସମିତିର କର୍ମକର୍ତ୍ତା ଶପଥ ପାଠ କରିଛନ୍ତି।

Comments are closed.