
ଅଗ୍ନିବିପନ୍ନଙ୍କୁ ‘ସମାଜ’ ପକ୍ଷରୁ ରିଲିଫ ଓ ଆର୍ଥିକ ସହାୟତା ପ୍ରଦାନ

ନରସିଂହପୁର: ନରସିଂହପୁର ତହସିଲ ଅର୍ନ୍ତଗତ ବାଲିସାହି ପଞ୍ଚାୟତ କେନ୍ଦୁମୂଳ (କଅଁରପୁର) ଗ୍ରାମରେ ଘଟିଥିବା ଅଗ୍ନିକାଣ୍ଡରେ ୧୧ଟି ପରିବାର ସର୍ବସାନ୍ତ ହୋଇଛନ୍ତି। ଏସମ୍ପର୍କରେ ‘ସମାଜ’ର ପ୍ରକାଶକ, ମୁଦ୍ରାକାର, ରିଲିଫ କମିଟିର ଅଧ୍ୟକ୍ଷ ନିରଞ୍ଜନ ରଥ ଜାଣିବା ପରେ ତୁରନ୍ତ ରିଲିଫ କାର୍ଯ୍ୟାଳୟ ସହିତ ଯୋଗାଯୋଗ କରି ଅଗ୍ନିବିପନ୍ନଙ୍କ ନିକଟରେ ଆର୍ଥିକ ସହାୟତା ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଗୁରୁବାର ପୂର୍ବାହ୍ନରେ ଆଜୀବନ ସଭ୍ୟ ଭବାନୀ ଶଙ୍କର ମିଶ୍ର, ରିଲିଫ ବିଭାଗର ଅଧିକାରୀ ବିବେକାନନ୍ଦ ଦାଶ, ପୂର୍ବତନ ସରପଞ୍ଚ ନିରଞ୍ଜନ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ନଳିନୀ ନାୟକ, ଶ୍ରୀଧର ନାୟକ, ଗିରିଧାରି ନାୟକ, ଗିରିଶ ନାୟକ, ବ୍ରଜ ନାୟକ, ନରେନ୍ଦ୍ର ନାୟକ, ଗୋବିନ୍ଦ ନାୟକ, ମାୟା ନାୟକ, ଶ୍ରୀଧର ନାୟକ, ନଳିତା ନାୟକ ଓ ଶିଖର ନାୟକଙ୍କୁ ୨ହଜାର ଲେଖାଏଁ ଟଙ୍କା ସହିତ କମ୍ବଳ ପ୍ରତ୍ୟେକଙ୍କୁ ପ୍ରଦାନ କରାଯାଇଥିଲା। ଏ ନେଇ ଉକ୍ତ ଗ୍ରାମବାସୀ ସମାଜକୁ ଭୁୟସୀ ପ୍ରଶଂସା କରିଛନ୍ତି। ଉକ୍ତ ସହାୟତା ପ୍ରଦାନ ସମୟରେ ସମାଜସେବି ନିଗମାନନ୍ଦ ସ୍ୱାଇଁ, ନରସିଂହପୁର ପ୍ରତିନିଥି ଭୂପେନ କୁମାର ଦାସ ଏବଂ ଗ୍ରାମବାସୀ ପରିଚାଳନାରେ ସଗଯୋଗ କରିଥିଲେ।
Comments are closed.