www.samajalive.in
Monday, December 8, 2025
14.1 C
Bhubaneswar

ଭୁବନେଶ୍ୱରରେ ବସ୍ତିବାସିନ୍ଦାଙ୍କ ପାଇଁ ବିଡିଏର ସୁଲଭ ମୂଲ୍ୟରେ ଘର ବଣ୍ଟନ

ଭୁବନେଶ୍ୱର: ଭୁବନେଶ୍ୱର ସହରରେ ବସ୍ତି ଉଚ୍ଛେଦ ଓ ପୁନର୍ବାସ ପାଇଁ  ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ନିରନ୍ତର ପ୍ରୟାସ  ଜାରି ରହିଛି । ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ବିଡିଏ କାର୍ଯ୍ୟାଳୟରେ ସୁଲଭ ମୂଲ୍ୟରେ ଆବାସ ଯୋଜନା (ଏଏଚ୍‌ପି) ଏବଂ ଇନ୍‌-ସିଟୁ ସ୍ଲମ୍‌ ରିଡେଭଲପମେଣ୍ଟ (ଆଇଏସ୍‌ଏସ୍‌ଆର୍‌) ଯୋଜନା ଅଧୀନରେ ୩୮ ଜଣ ହିତାଧିକାରୀଙ୍କୁ ଘର ବଣ୍ଟନ ପାଇଁ ଏକ ସ୍ୱଚ୍ଛ ଲଟେରୀ ପ୍ରକ୍ରିୟା ଅନୁଷ୍ଠିତ ହୋଇଯାଇଛି। ବିଡିଏ ଉପାଧ୍ୟକ୍ଷ ଡ଼ା. ଏନ୍‌. ତିରୁମଲା ନାୟକଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମଟି ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ସେ କହିଥିଲେ ଯେ, ଉକ୍ତ ଯୋଜନାର ମୁଖ୍ୟ ଲକ୍ଷ୍ୟ ହେଉଛି ବସ୍ତି ଓ ଅସ୍ଥାୟୀ ବସତିରେ ରହୁଥିବା ଗରିବ ଲୋକଙ୍କୁ ନିରାପଦ ଓ ସମ୍ମାନପୂର୍ଣ୍ଣ ଘର ଦେବା। ସେହିଭଳି ସହରର ସମଗ୍ର ଉନ୍ନତି ପାଇଁ “ଆମର ଉଦ୍ଦେଶ୍ୟ କେବଳ ବାସସ୍ଥାନ ଯୋଗାଇବା ନୁହେଁ, ବରଂ ଆବଶ୍ୟକୀୟ ଭିତ୍ତିଭୂମି ଓ ସେବା ସହିତ ଉନ୍ନତ ଜୀବନଯାପନର ମାନ ସୁନିଶ୍ଚିତ କରିବା । ଏହି ଲଟେରୀ ମାଧ୍ୟମରେ ୨୪ ଜଣ ହିତାଧିକାରୀଙ୍କୁ ସୁବୁଦ୍ଧିପୁରସ୍ଥିତ ବରୁଣେଇ ଏନକ୍ଲେଭ୍‌ ଏଏଚ୍‌ପିରେ, ୯ ଜଣଙ୍କୁ ଶାନ୍ତି ନଗର ଆବାସ ଯୋଜନା (କେଶରୀ ରେସିଡେନ୍ସି)ରେ ଏବଂ ୫ ଜଣଙ୍କୁ ଚନ୍ଦ୍ରଶେଖରପୁରସ୍ଥିତ ନୀଳମାଧବ ଆବାସ ଯୋଜନାରେ ଘର ବଣ୍ଟନ କରାଯାଇଛି।ଏହି ଲଟେରୀ ପ୍ରକ୍ରିୟାକୁ ସ୍ୱଚ୍ଛତା ଓ ନିରପେକ୍ଷତା ସୁନିଶ୍ଚିତ କରିବା ପାଇଁ  ପର୍ଯ୍ୟବେକ୍ଷକ ଭାବେ ବୟନିକାର ସଚିବ ତଥା ମହାପ୍ରବନ୍ଧକ ଡକ୍ଟର ସୁଷମା ବାରିକ ଉପସ୍ଥିତ ଥିଲେ। ଏହି ସମୟରେ ହିତାଧିକାରୀମାନେ ଅଧିକାରୀଙ୍କ ତତ୍ତ୍ୱାବଧାନରେ ଏକ ସ୍ୱଚ୍ଛ ବାକ୍ସରୁ ଟୋକନ୍‌ ଉଠାଇ ପ୍ରକ୍ରିୟାରେ ଅଂଶଗ୍ରହଣ କରିଥିଲେ। ସୁଲଭ ମୂଲ୍ୟରେ ଆବାସ ଯୋଜନା (ଏଏଚ୍‌ପି) ଅଧୀନରେ ଏକ ଫ୍ଲାଟ୍‌ ପାଇଁ ପ୍ରତ୍ୟେକ ହିତାଧିକାରୀଙ୍କୁ ୧.୫୦ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ପଡ଼ିବ। ଏଥିରେ ବିଡିଏ ସଚିବ ମାନସ ରଞ୍ଜନ ପାଢ଼ୀ ଏବଂ ଅତିରିକ୍ତ କମିଶନର(ଇଷ୍ଟେଟ୍‌-୨) ମନୋଜ କୁମାର ସ୍ୱାଇଁଙ୍କ ସମେତ ବହୁ  ଅଧିକାରୀମାନେ ଉପସ୍ଥିତ ଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories