www.samajalive.in
Sunday, December 7, 2025
23.1 C
Bhubaneswar

କଳା ବ୍ୟାଜ ପରିଧାନ କଲେ ରାଜସ୍ୱ ଅମଲା

ଆଠଗଡ: ରାଜସ୍ବ ଅମଲା ସଂଘର ୧୦ ଦଫା ଦାବି ପୂରଣକୁ ନେଇ ସରକାରଙ୍କ ଟାଳଟୁଳ ନୀତି ପ୍ରତିବାଦରେ ରାଜ୍ୟର ସମସ୍ତ ଅମଲା ସୋମବାରଠାରୁ କଳା ବ୍ୟାଜ ପରିଧାନ କରିଛନ୍ତି। ଆଠଗଡ ଉପଖଣ୍ଡ ସଦରମହକୁମାର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମେତ ତହସିଲ, ବ୍ଲକ, ମହିଳା ଓ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ରାଜସ୍ୱ ଅମଲାମାନେ କଳା ବ୍ୟାଜ ପରିଧାନ କରିବା ସହ ସ୍ୱାଭାବିକ କର୍ତ୍ତବ୍ୟ ସମ୍ପାଦନ କରୁଛନ୍ତି । ତେବେ ସରକାର ଆସନ୍ତା ଜୁଲାଇ ୧୪ ତାରିଖ ମଧ୍ୟରେ ସେମାନଙ୍କ ଦାବି ପୂରଣ ନକଲେ ରାଜ୍ୟ ସଂଘର ନିଷ୍ପତ୍ତି ଅନୁଯାଇ ସମସ୍ତ ରାଜସ୍ୱ ଅମଲା ସେହି ଦିନଠାରୁ ସମ୍ପୂର୍ଣ୍ଣ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବେ ବୋଲି ଚେତାଇ ଦେଇଛନ୍ତି।

ସରକାରଙ୍କ ରାଜସ୍ବ ବିଭାଗ ଦୀର୍ଘ ବର୍ଷ ଧରି ରାଜସ୍ୱ ଅମଲାଙ୍କର ପଦବୀ ପୁନର୍ଗଠନ ଓ ତଦନୁଯାୟୀ ନୂତନ ନିୟମାବଳୀ ପ୍ରଣୟନ ନ କରିବା, ଅମଲାଙ୍କ ପଦୋନ୍ନତିକୁ ବିନା କାରଣରେ ସ୍ଥଗିତ ରଖିବା ଦ୍ବାରା ଜିଲ୍ଲା ସ୍ତରର ହଜାର ହଜାର ଅମଲା ପଦୋନ୍ନତିରୁ ବଞ୍ଚିତ ହୋଇ ଭାଗ୍ୟକୁ ଆଦରି ପଡିରହିଛନ୍ତି।  ଏହି ଶହ ଶହ କର୍ମଚାରୀ ଜୀବନ ସାରା ଖଟି ଖଟି ପଦୋନ୍ନତି ନପାଇ ଅବସର ଗ୍ରହଣ କରିସାରିଲେଣି। ସରକାରଙ୍କ ବିଭିନ୍ନ ଉଚ୍ଚ ପଦାଧିକାରୀଙ୍କ ସହ ସଂଘ ପକ୍ଷରୁ ବାରମ୍ବାର ଆଲୋଚନା ହେବା ପରେ ମଧ୍ୟକୌଣସି ସୁଫଳ ମିଳିଲା ନାହିଁ । ରାଜସ୍ୱ ଅମଲାମାନେ ଏହିପରି ଦୀର୍ଘ ବର୍ଷ ଧରି ଦାବିରୁ ବଞ୍ଚିତ ହୋଇଥିବାରୁ ଅମଲା ସଂଘ ଆନ୍ଦୋଳନାତ୍ମକ ପନ୍ଥା ଆପଣେଇଛନ୍ତି । ସରକାରଙ୍କ ନିକଟରେ ସଂଘ ପକ୍ଷରୁ ୧୦ ଦଫା ଉପସ୍ଥାପନ କରାଯାଇଥିଲେ ମଧ୍ଯ ସରକାର ନିରବଦ୍ରଷ୍ଟା ସାଜିଛନ୍ତି ।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories